ଏମିତି ହୋଇଛି ରାସ୍ତାକାମ, ହାତ ମାରିଲେ ଉଠୁଛି ପିଚୁ
by Argus News
Sun, Oct 06 | 5:24 p.m.

ବୌଦ୍ଧ : ନିମ୍ନ ମାନର ରାସ୍ତା କାମ,ହାତ ମାରିଲେ ଉଠୁଛି ପୁଳା ପୁଳା ପିଚୁ l ଯନ୍ତ୍ରୀ ଓ ଠିକାଦାର ମାଲେମାଲ, ଲୋକେ ହନ୍ତସନ୍ତ ବାରମ୍ବାର ଅଭିଯୋଗ ପରେ ନିଦାବିଷ୍ଣୁ ପ୍ରଶାସନ l ବୌଦ୍ଧ ସଦର ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଗୁଛାପଡା ପଂଚାୟତ ଅନ୍ତର୍ଗତ ବନଦୁର୍ଗା ମନ୍ଦିର ଠାରୁ ଖଜୁରୀପଡା ହାଟପଦା ରାସ୍ତା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଠିକାଦାର ମାଧ୍ୟମରେ ରାସ୍ତା କାମ କରୁଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ହାତ ମାରିଲେ ଉଠୁଛି ପୁଳା ପୁଳା ପିଚୁ ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l

ବୌଦ୍ଧ ସଦର ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଗୁଛାପଡା ପଂଚାୟତ ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟ ବର୍ତ୍ତି ରାସ୍ତା । ପ୍ରାୟ ୬ କିଲୋମିଟର ରାସ୍ତା କାମ ଅତି ନିମ୍ନ ମାନର ହୋଇଛି। ଫଳରେ କାମ ସରିବାର ୩ ମାସ ନ ପୁରୁଣଉ କେଉଁଠି ପିଚୁ ଉଠି ଗଲାଣିତ କେଉଁଠି ରାସ୍ତା ଦବି ଯାଇଛି । ନୂତନ ଭାବେ ନିର୍ମାଣ ହୋଇ ଥିବା ଏହି ରାସ୍ତାରେ ହାତ ମାରିଲେ ଉଠୁଛି ପିଚୁ। ଆଉ କିଛିକିଛି ସ୍ଥଆନରେ ତ ଖାଲ ମଧ୍ୟ ସ୍ରୁଷ୍ଟି ହୋଇଗଲାଣି।

ଏହି ରାସ୍ତା କାମରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରୀଙ୍କ ଅନୁଉପସ୍ଥିତିରେ ବିନା ସୂଚନା ଫଳକରେ କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।  ଲୋକଙ୍କୁ ଭୁଆଁ ବୁଲାଇ ଅତି ତରବରିଆ ଭାବେ କାର୍ଯ୍ୟ କରିବା ସହ ନିମ୍ନ ମାନର କାମ ଯୋଗୁଁ କାମ ସରିବାର ତିନିମାସ ନ ପୂରୁଣୁ ପୁଳା ପୁଳା ପିଚୁ ଉଠି ଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l 
 ଏହି ରାସ୍ତା ଉପରେ ପାଞ୍ଚ ଗୋଟି ପଂଚାୟତବାସୀ ନିର୍ଭର କରନ୍ତି।  ବହିରା, ଆମ୍ବଝୋରୀ, ଗୁଚ୍ଛlପଡ଼ା, ବ୍ରlହ୍ମହଣିପାଲି, ଗୁନ୍ଦୁଳିଆ ଆଦି ପଂଚାୟତ ର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଉପରେ ନିର୍ଭର କରନ୍ତି l

ବହୁ ଦାବି ପରେ ଏହି ରାସ୍ତା କାମ ହୋଇଥିବା ବେଳେ ଏଥିରେ ଲକ୍ଷଲକ୍ଷଟଙ୍କ ହେରଫେର ହୋଇଛି।  ଅନ୍ୟପଟେ ଆହୁରି ତିନି କିଲୋମିଟର ରାସ୍ତା ଫରେଷ୍ଟ ବିଭାଗ ଅଧୀନରେ ରହିଛି। ଏଠାରେ ରାସ୍ତ ନିର୍ମାଣ ପାଇଁ ଅନୁମତି ନ ଥିବାରୁ କାମ ହୋଇ ପାରିନାହିଁ। ଫଳରେ ଅସରାଏ ବର୍ଷା ପରେ କାଦୁପଚପଚ ହୋଇଯାଉଛି ପୁରା ରାସ୍ତା।  
 ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଟଙ୍କା ବ୍ୟୟ ବରାଦରେ ନିରାମଣ ହୋଇଥିବା ଏହି ରାସ୍ତାର ଏଭଳି ଅବସ୍ଥଆ କଣ ପାଇଁ। ଯନ୍ତ୍ରୀ ଓ ଠିକାଦାରଙ୍କୁ ପୋଶୁଛି କି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହାର ସଠିକ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ l 

ଅଧିକ ପଢନ୍ତୁ  ପଢନ୍ତୁ ଓଡ଼ିଶା ଖବର 
 

ମ୍ୟାଚ
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚର
ବେଆଇନ୍ ମେଡିସିନ୍
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ