ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ, ତିନିଘଣ୍ଟା ଦର୍ଶନ ବନ୍ଦ
by Argus News
Tue, Jun 18 | 1:13 p.m.

ପୁରୀ:  ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଏକାଦଶୀ ନୀତି । ଏଥିପାଇଁ ତିନିଘଣ୍ଟା ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଜଗନ୍ନାଥ ଦର୍ଶନରୁ ବଂଚିତ ହେବ । ପ୍ରଥମ ଭୋଗ ମଣ୍ଡପ ଶେଷ ପରେ ଅର୍ଥାତ୍ ଅପରାହ୍ନ ୨ ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । 

ଆଜି ରୁକ୍ମଣୀ ହରଣ ଏକାଦଶୀ ଅବସରରେର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ  ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ ।  ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମଣୀ ରୂପୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । 

ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

TOURISM DAY
ବିକାଶ ଅପେକ୍ଷାରେ ବାଲେଶ୍ୱର
ବାଲେଶ୍ୱର: କଳା, ସଂସ୍କୃତିର ସହର ବାଲେଶ୍ଵର । ଯେଉଁଠି ରହିଛି ଭରପୁର ପର୍ଯ୍ୟଟନସ୍ଥଳୀ । ବିସ୍ତୀର୍ଣ୍ଣ ବେଳାଭୂମି ସହ ଅନେକ ପ୍ରସିଦ୍ଧ ଶୈବ ପୀଠ ...ପୁଣି ଘଞ୍ଚ ଜଙ୍ଗଲ ଭରା ପାହାଡ
ରାସ୍ତା ରୋକ୍
ଧାମନଗର ଥାନା ଘେରାଉ, ରାସ୍ତା ରୋକ୍
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମର
WAR
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଅର୍ଗସ ବ୍ୟୁରୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ। ଦୀର୍ଘ ସମୟ ଧରି ଲାଗି ରହିଛି। କେବେ ଏହି ଯୁଦ୍ଧର ହେବ ସମାପ୍ତ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ପରିସ୍ଥିତିରେ ଗୋଟି