ସାଇବର ଅପରାଧର ଶିକାର ହେଲେ ମହେଶ ନନ୍ଦିନୀ
by Argus News
Sun, Feb 11 | 4:56 p.m.

ଅର୍ଗସ ବ୍ୟୁରୋ: ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କ ଝିଅ ସୀତାରା ଘଟମନେନି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ସେ ତାଙ୍କର ଡ୍ୟାନ୍ସ ଭିଡିଓ ଏବଂ ପାରିବାରିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଓ ଏହା ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ଅଭିନେତାଙ୍କ ଝିଅ ସୀତାରା ସାଇବର ଅପରାଧର ଶିକାର ହୋଇଛନ୍ତି। ତାଙ୍କ ଝିଅର ପରିଚୟର ଅପବ୍ୟବହାର ବିରୋଧରେ ତେଲୁଗୁ ସୁପରଷ୍ଟାର ମଧ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ଇନଷ୍ଟାଗ୍ରାମରେ ସୀତାରାଙ୍କ ଏକ ନକଲି ଆକାଉଣ୍ଟ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ନାମରେ ଲୋକଙ୍କୁ ଟଙ୍କା ମାଗିବା ସହ ଏକ ଲିଙ୍କ ପଠାଉଛନ୍ତି, ଯେଉଁଥିରେ ଟଙ୍କା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। 

ବର୍ତ୍ତମାନ ଏହି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଅନୁସନ୍ଧାନ ଚାଲିଛି। ପ୍ରକୃତରେ କେହି ଜଣେ ସୋସିଆଲ ମିଡିଆରେ ମହେଶ ବାବୁଙ୍କ ଝିଅ ସୀତାରାଙ୍କ ନାମରେ ଏକ ନକଲି ଆକାଉଣ୍ଟ ଚଳାଉଛନ୍ତି। ସେହି ବ୍ୟକ୍ତି ସୋସିଆଲ ମିଡିଆରେ ଲୋକଙ୍କୁ ଟଙ୍କା ନିବେଶ ପାଇଁ କହୁଛନ୍ତି। ମହେଶ ବାବୁ ଏବଂ ନମ୍ରତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ସେୟାର କରିବାବେଳେ ସେ ତାଙ୍କ ଝିଅର ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବିଷୟରେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ମହେଶ ବାବୁଙ୍କ ଟିମ ଏହି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ବର୍ତ୍ତମାନ ମାମଲା ଅନୁସନ୍ଧାନ ଚାଲିଛି। ସୂଚନା ଥାଉ କି ସୀତାରାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବାବେଳେ ଇନଷ୍ଟାରେ ସୀତାରାଙ୍କର ୧.୮ ମିଲିୟନ୍ ଫଲୋର୍ସ ଅଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021