ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
by Argus News
Mon, Oct 28 | 7:46 p.m.

ଅର୍ଗସ ବ୍ୟୁରୋ:  ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନାର ଦ୍ବୀତିୟ ଭାଗ ଅର୍ଥାତ 70 ପ୍ଲସ୍ ସ୍କିମ୍ ଙ୍କୁ ରାଜ୍ୟ ସରକାର ପ୍ରଥମିକ ପର୍ଯ୍ୟାୟରେ ଗ୍ରହଣ କରିବାକୁ ଯାଉଛନ୍ତି । ଯାହା ପରେ ବିସ୍ତୃତ ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି  ଖୁବଶୀଘ୍ର ଓଡିଶାରେ କାର୍ଯ୍ୟାକାରୀ କରିବେ ବିଜେପି ସରକାର ।

ସେହିପରି ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ତେବେ ମନ୍ତ୍ରୀ କହିଛନ୍ତି ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ । 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଜେଡି ନିର୍ବାଚନରେ ମୁଖ୍ୟ ଆୟୁଧ  କରି ଆୟୁଷ୍ମାନକୁ ଗ୍ରହଣ କରୁନଥିଲା । କିନ୍ତୁ ବାସ୍ତବତା କହୁଥିଲା ଭାରତ ସରକାରଙ୍କର ଏନଏଚଏମ୍ ସମେତ ସମସ୍ତ ଯୋଜନାକୁ ଗୋଟିଏ ଛତା ତଳେ ଆଣି ସଂଖ୍ୟାର ମିଛ ଗଣିତରେ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଯୋଜନା କରିଥିଲା ବିଜେଡି । ଏହାର ଅର୍ଥ ହେଉଛି ଯଦି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନ ଥାନ୍ତା ତାହା ପରେ ବି ସାଢେ 3 କୋଟି ଲୋକ ମଧ୍ୟରୁ ଅଳ୍ପ କିଛି ଜଟିଳ ରୋଗୀଙ୍କୁ ଛାଡି ସିଂହ ଭାଗ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳି ପାରିଥାନ୍ତା । ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ କହି ଆୟୁଷ୍ମାନ କୁ ଗ୍ରହଣ ନ କରିବା ଦ୍ବାରା ବାହାରେ ଦାଦନ ଖଟୁଥିବା ଅନେକ ଓ଼ଡିଆ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିଲେ... କିନ୍ତୁ ବର୍ତ୍ତମାନ  ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

C-295 ଏୟାରକ୍ରାପ୍ଟ
12m ago
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
16m ago
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
55m ago
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ