ଅଲଗା ହେଲେ ଅର୍ଜୁନ -ମଲାଇକା
by Argus News
Sat, Jul 27 | 3:12 p.m.

ଅର୍ଗସ ବ୍ୟୁରୋ:  ଅଲଗା ହେଲେ ଅର୍ଜୁନ ମଲାଇକା। ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଏବେ କନଫର୍ମ ହୋଇଗଲା।  ବ୍ରେକଅପ୍‌ ଖବର ମଧ୍ୟରେ ଅର୍ଜୁନ ଏବଂ ମଲାଇକା ଏକ ପରସ୍ପର ମଧ୍ୟରେ ସାମ୍ନା ସାମ୍ନି ହୋଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା ହୋଇନଥିଲା। ଅର୍ଜୁନ ଏବଂ ମଲାଇକା ନିକଟରେ କୁନାଲ ରାଓ୍ୱଲଙ୍କ ଫ୍ୟାଶନ ସୋ'ରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେୋ। ଏହି ଇଭେଣ୍ଟରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିଲେ, କିନ୍ତୁ ଅର୍ଜୁନ ଏବଂ ମଲାଇକା ପରସ୍ପରଠାରୁ ଦୂରତା ବଜାୟ ରଖିଥିଲେ।

ଏହି ଇଭେଣ୍ଟରେ, ମଲାଇକା ଏବଂ ଅର୍ଜୁନ ଅନ୍ୟ ସମସ୍ତ ଅତିଥିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଦୁହେଁ ପରସ୍ପରକୁ ଅଣଦେଖା କରିବା ନଜର ଆସିଥିଲେ। ଉଭୟଙ୍କ ଏହି ବ୍ୟବହାର ଦେଖିବା ପରେ, ଏହା ନିଶ୍ଚିତ ଯେ ଦୁହିଁଙ୍କ ବ୍ରେକଅପ୍‌ କନଫର୍ମ। ହୁଏତ ଏଖବର ପରେ ଅର୍ଜୁନ ଏବଂ ମଲାଇକାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖ ଆସିବ। କିନ୍ତୁ ଏହା ସତ। ଶେଷରେ ଏହି ଦୁଇ ପପୁଲାର ଯୋଡି ଅଲଗା ହୋଇଯାଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ରେ ଅନନ୍ତ ଏବଂ ରାଧିକାଙ୍କ ବିବାହରେ ପ୍ରଶଂସକମାନେ ଆଶା କରୁଥିଲେ ଯେ ଅର୍ଜୁନଙ୍କ ସହ ସେମାନେ ମଧ୍ୟ ମଲାଇକା ଆରୋରାଙ୍କୁ ଦେଖିବେ, କିନ୍ତୁ ତାହା ହୋଇନଥିଲା। ପୂରା ବିବାହରେ ଅର୍ଜୁନ ଏକାକୀ ନଜର ଆସିଥିଲେ। ମଲାଇକା ବିବାହରେ ଅନୁପସ୍ଥିତ ରହିଥିଲେ। ଅନେକ ଦିନ ଧରି ଥିବା ସେମାନଙ୍କ ରିଲେସନସିପ୍‌ ଭାଙ୍ଗି ଯାଇଛି। ଦୁହେଁ ଆଉ ଏକାଠି ନଜର ଆସୁନାହାନ୍ତି। ଗୋଟିଏ ଇଭେଣ୍ଟରେ ଏକାଠି ଆସିଥିଲେ ବି ଆଉ କଥାବାର୍ତ୍ତା ନାହିଁ। ହେଲେ ବ୍ରେକଅପ ଖବରକୁ ନେଇ ଦୁହେଁ କୌଣସି ସୂଚନା ଦେଇନାହାନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

ଲଘୁଚାପ ସୃଷ୍ଟି
3m ago
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
24m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
51m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ