ଅର୍ଜୁନଙ୍କ ଜନ୍ମ ଦିନ ପାର୍ଟିରେ କାହିଁକି ନଜର ଆସିନଥିଲେ ମଲାଇକା ?
by Argus News
Thu, Jun 27 | 2:55 p.m.

ଅର୍ଗସ ବ୍ୟୁରୋ:  ଅର୍ଜୁନ କପୁର ନିଜର ଜନ୍ମଦିନ ପାଳନ କରିଛନ୍ତି। ୩୯ ବର୍ଷରେ ପାଦ ଥାପିଲେ ଅର୍ଜୁନ। ଏହି ପାର୍ଟିରେ ସୀମିତ ପରିବାର ବର୍ଗ, ସାଙ୍ଗସାଥୀଙ୍କ ସହ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ପାର୍ଟିରେ ତାଙ୍କ ଲେଡି ଲଭ୍ ଅର୍ଥାତ ମଲାଇକା ଅରୋରା ପହଞ୍ଚିନଥିଲେ ଯାହକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଅର୍ଜୁନ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଜୁହୁ ସ୍ଥିତ ଘରେ ମିଡ୍ ନାଇଟ୍ ପାର୍ଟିର ଆୟୋଜନ କରିଥିଲେ । ହେଲେ ସମସ୍ତଙ୍କ ମନରେ ବଡ ପ୍ରଶ୍ନ କି ଅର୍ଜୁନଙ୍ତକ ଜନ୍ମ ଦିନରେ ସମସ୍ତେ ଥିଲେ, ହେଲେ କାହିଁକି ଆସିନଥିଲେ ମଲାଇକା। ସେମାନଙ୍କ ବ୍ରେକ ଅପ୍‌ କୁ ପୁଣି ପ୍ରଶ୍ନ। ଅର୍ଜୁନ କପୁରଙ୍କ ଜନ୍ମଦିନ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହ ଜାହ୍ନବୀ କପୁର, ଶନାୟା କପୁର, ମୋହିତ ମାରୱା, ସଞ୍ଜୟ କପୁର, ମହିପ କପୁର, ବରୁଣ ଧୱନ, ନତାଶା ଆଦିତ୍ୟ ରାୟ କପୁରଙ୍କ ଭଳି ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ସାମିଲ ଥିଲେ ।

ପ୍ରଥମ ଥର ପାଇଁ ଅର୍ଜୁନଙ୍କ ଲେଡି ଲଭ୍ ଏହି ପାର୍ଟିରେ ନଜର ଆସିନଥିଲେ । ଏହା ବ୍ୟତୀତ ମଲାଇକା ଅର୍ଜୁନଙ୍କ ପାଇଁ କୌଣସି ବାର୍ଥଡେ ପୋଷ୍ଟ ଶେୟାର କରିନାହାଁନ୍ତି । ତେବେ କୁହାଯାଉଛି କି ଦୁହିଁଙ୍କ ଭିତରେ କିଛି ମନମାଳିନ୍ୟ ହୋଇଛି। ଯେଉଁଥି ପାଇଁ ଦୁହେଁ ଆଉ ଏକାଠି ନଜର ମଧ୍ୟ ଆସୁନାହାନ୍ତି। ସେ ଯାହାବି ହେଉ ଦୁହେଁ ନିଜ ସମ୍ପର୍କକୁ ନେଇ କୌଣସି ଖୁଲାସା କରିନଥିବାବେଳେ ବର୍ତ୍ତମାନ ଅର୍ଜୁନଙ୍କ ଜନ୍ମ ଦିନ ପାର୍ଟିରେ ନଆସିବା ଲୋକଙ୍କ ସନ୍ଦେହକୁ ଦ୍ୱିଗୁଣିତ କରୁଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

 

HOROSCOPE
24m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
32m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ