'ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ମାଲକାନଗିରି ଝିଅ
by Argus News
Sun, Nov 26 | 2:58 p.m.

ମାଲକାନଗିରି:  ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ । ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା ସମାଦ୍ଦାର ।  ଉପାନ୍ତ ଅଞ୍ଚଳରେ ରହି ମଧ୍ୟ ନିଜର ଆତ୍ମବିଶ୍ବାସ ଓ ପ୍ରତିଭା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗ୍ରାମରେ ମୋନିକା ସମାଦ୍ଦାର ବର୍ତ୍ତମାନ ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ନିଜ ଆଞ୍ଚଲ ସହ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । 

ମୋନିକାଙ୍କ ପରିବାର କହିଲେ ବାପା, ମାଆ ଓ ବଡ଼ ଭାଇ । ବାପା ଗୌତମ ସମାଦ୍ଦାର ପେଶାରେ ଜଣେ ଛୋଟ ବ୍ୟବସାୟୀ, ବଡ଼ ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ତେବେ ଏହିପରି ଅଭାବ ଅନଟନରେ ମାଲକାନଗିରି ଠାରେ ଏକ ଘରୋଇ କଲେଜ୍ ରେ +୨ ପାଠ ଶେଷ କରିଥିଲେ ମୋନିକା । ପରେ ନିଜ ବଡ଼ ଭାଇଙ୍କ ସହିତ ଯାଇ ହାଇଦ୍ରାବାଦରେ ନୃତ୍ୟ କଳା ଶିକ୍ଷା ଲାଭ କରିଥିଲେ । ତାଙ୍କର ଏଭଳି ଇଚ୍ଛା ଦେଖି, ତାଙ୍କ ବଡ଼ ଭାଇ ମୋନିକାଙ୍କୁ ହାଇଦ୍ରାବାଦର "ହାଇ-ଡ୍ୟାନ୍ସ ଷ୍ଟୁଡିଓ" ନାମକ ଏକ ଏକାଡେମୀରେ ଭର୍ତ୍ତି କରିଥିଲେ । ୨ ବର୍ଷ ସେଠାରେ ତାଲିମ ନେବା ପରେ ପରେ ତାଙ୍କର ନୃତ୍ୟର ଶୈଳୀ ଯୋଗୁଁ କିଛି ଛୋଟ ଛୋଟ ସିରିଏଲରେ ତାଙ୍କୁ ଅଭିନୟର ସୁଯୋଗ ମଧ୍ୟ ମିଳିଥିଲା । ଏହାପରେ ସେଥିରେ ମୋନିକାଙ୍କ ଅଭିନୟ ବହୁତ ଭଲ ଥିବାରୁ ଶେଷରେ ତାଙ୍କୁ ସିନେମାରେ ନାୟିକା ହେବ ପାଇଁ ମିଳିଥିଲା ସୁଯୋଗ । 

ତେବେ ବର୍ତ୍ତମାନ ମୋନିକା ସମାଦ୍ଦାର ଶ୍ରୀନିବାସ କ୍ରିୟେସନ୍ ନ୍ଦ୍ବାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର "ଗାରାଗା"ରେ ନାୟିକା ଭାବରେ ନଜର ଆସିବେ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜିୟୱାଡ଼ା ଅଞ୍ଚଳରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ, ସୁଟିଂ ସେଟ୍ ରେ ରହିଛନ୍ତି ମୋନିକା । ଏହି ଚଳଚ୍ଚିତ୍ର ପ୍ରଥମେ ତେଲୁଗୁ ଏବଂ ପରେ ହିନ୍ଦୀରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଚମକିଲେ ରନଭି

ରାଜ୍ୟରେ ଲାଗୁ ହେବ
10m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର