Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ
by Argus News
Thu, Mar 14 | 1:09 p.m.

ଅର୍ଗସ ବ୍ୟୁରୋ: ମାଲକାନଗିରିର ସେଲ୍ଫ ମେଡ ଓମେନ । Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ । ଦେଶର 23 ଜଣ ସେଲ୍ଫମେଡ ୱମେନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମାଲକାନଗିରିର ସୁନା ଝିଅ ଜୟନ୍ତୀ ବୁରୁଡା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା Forbes ପକ୍ଷରୁ ଆମ ଦେଶର 23 ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି ।

ତାଲିକାରେ ବିଶ୍ବ ବ୍ୟାଙ୍କ MD ଓ CFO ଅନଶୁଳା କାନ୍ତ , କ୍ରିକେଟର ଦୀପ୍ତି ଶର୍ମା , ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରିତି ସାନୋନ ଓ ଚେସ ଗ୍ରାଣ୍ଡମାଷ୍ଟର R ବୈଶାଳୀଙ୍କ ଭଳି 23 ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବାବେଳେ ଓଡିଶାରୁ ଏକମାତ୍ର ମହିଳା ମାଲକାନଗିରିର ସୁନା ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି NWMI ବା Network of Woman in Media , Indiaରୁ ଫେଲୋସିପି ଗ୍ରହଣ କରିଥିଲେ । ଏବଂ ପରେ `ଜଙ୍ଗଲ ରାଣୀ ଇନିସିଏଟିଭ' ଆରମ୍ଭ କରି ଆଦିବାସୀ ଝିଅ ମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି ।

ଫଳରେ ଦୁର୍ଗମ ଅଂଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଂଚିପରିବ । ଏହାସହ ପ୍ରାୟ 6 ବର୍ଷ ପୂର୍ବରୁ `ବଡ ଦିଦି' ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସଚେତନ କରୁଛନ୍ତି ଜୟନ୍ତୀ । ଏହାସହ ସେ ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019