ଆଜିର ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ 
by Argus News
Fri, Sep 20 | 8:00 a.m.

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଣି ଫେରିଲା ଫଟାପଟ କ୍ରିକେଟ । ବ୍ଲୁ ସିଟିରେ ଲିଜେଣ୍ଡ ଲିଗର କ୍ରେଜ। ଯୋଧପୁରର ବର୍କତୁଲା ଖାନରେ ଆଜିଠୁ ଆରମ୍ଭ ହେବ ଲିଜେଣ୍ଡସ ଲିଗ। ଉଦଘାଟନୀ ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ଭେଟିବ ମାଣିପାଲ ଟାଇଗର୍ସ। ଉଭୟ ଦଳ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଚଳିତ ବର୍ଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳ ବେଶ ଆଶାବାଦୀ। କୋଣାର୍କ ସୂର୍ଯ୍ୟାସ ଓଡିଶା ଦଳରେ ପଠାନ ବ୍ରଦର୍ସ ଇରଫାନ, ଯୁସୁଫଙ୍କ ସହ ବିନୟ କୁମାର, ରସ ଟେଲର, ଜେସି ରାଇଡ଼ର ଆଦି ଖେଳାଳି ରହିଥିବା ବେଳେ ମାଣିପାଲ ଟାଇଗର୍ସ ଦଳରେ ରବିନ ଉଥାପା, ହରଭଜନ ସିଂ, ପ୍ରଜ୍ଞାନ ଓଝା, ଡାନିଏଲ କ୍ରିଷ୍ଟିଆନ ପ୍ରମୁଖ ରହିଛନ୍ତି।

ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ଖେଳୁଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛନ୍ତି ଉଭୟ ଟିମ। ଚଳିତ ବର୍ଷ ନୂଆ କରି ଏହି ଲିଗରେ ସାମିଲ ହୋଇଥିବା ଫ୍ରାଞ୍ଚାଇଜ କୋଣାର୍କ ସୂର୍ଯ୍ୟାସ ଓଡିଶା ଭଲ ପ୍ରଦର୍ଶନ କରିବାକୁ ବେଶ ଆଶାବାଦୀ । ଦଳ ବେଶ ସନ୍ତୁଳିତ ରହିବା ସହ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି ଦଳର ଅଧିନାୟକ ଇରଫାନ ପଠାନ। ସେହିପରି ଦଳରେ ଅନ୍ୟତମ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ ମଧ୍ୟ ଦଳକୁ ନେଇ ବେଶ ଆଶାବାଦୀ ଅଛନ୍ତି। 

ଅଧିକ ପଢନ୍ତୁ କ୍ରୀଡା  ଖବର 
 

ଟେଷ୍ଟ
33m ago
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲ
ପଶୁ ଚର୍ବି
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତ
ଲୁଣିଆ ଗୁଳିକାଣ୍ଡ
ମନେପଡ଼େ ଲୁଣିଆ ଗୁଳିକାଣ୍ଡ,ବ୍ରିଟିଶ ଗୁଳିରେ ଟଳି ପଡ଼ିଥିଲେ ୯ ସଂଗ୍ରାମୀ
ଅର୍ଗସ ବ୍ୟୁରୋ:ଇତିହାସର ପୃଷ୍ଠା ଓଲଟାଇଲେ,ଆଜିବି ମନରେ ଗୁଞ୍ଜରିତ ହୁଏ ସଂଗ୍ରାମୀ ମାନଙ୍କର ବୀରତ୍ବର ଗାଥା। କେବେ ସାଲିସ୍ କରିବା ଶିଖିନଥିଲେ ସେମାନେ, ନୁଆଇଁନଥିଲେ ଇଂରେଜଙ୍କ ଆଗର