ଓଡିଶାରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ହେବ : ମନମୋହନ ସାମଲ
by Argus News
Thu, Feb 22 | 7:33 a.m.

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ଦଳକୁ ଜିତାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ଅଭିଷିକ୍ତ କରିବାକୁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ଯୋଜନାକୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ନେବ ବିଜେପି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, “ବିକଶିତ ଭାରତ ଗଠନ” ଓ ମୋଦିଙ୍କ ଗ୍ୟାରେଂଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି ।  “ପୁଣି ଏଥର ଦେଶରେ ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । ବିଗତ ୧୦ବର୍ଷର ମୋଦି ଗ୍ୟାରେଂଟିର ସୁଫଳ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାକୁ ବାଟବଣା କରାଉଥିବା ରାଜ୍ୟ ସରକାରଙ୍କୁ ହଟାଇବାର ନେତୃତ୍ୱ ନେବେ ଓଡ଼ିଶାବାସୀ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରିବାର ସଂକଳ୍ପ ନେଇଛନ୍ତି । ଭାରତକୁ ସମଗ୍ର ବିଶ୍ୱର ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି । ସଦ୍ୟ ସମାପ୍ତ ରାଷ୍ଟ୍ରୀୟ ଅଧିବେସନରେ ଦେଶ ତଥା ଓଡିଶାର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଓଡିଶା ସମେତ ପୂର୍ବଦ୍ୟୋୟର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକ ମାତ୍ର ବିକଳ୍ପ । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ହେବ ଏବଂ ମୋଦି ଗ୍ୟାରେଂଟିର ଲାଭ ଘରେ ଘରେ ପହଂଚିବ । ଏ ପ୍ରସଙ୍ଗରେ ରାଷ୍ଟ୍ରୀୟ ଅଧିବେସନରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ବିଜେପି ସରକାର ଗଠନ କରିବା ସୁନିଶ୍ଚିତ । ଏହି ପରିପ୍ରେକ୍ଷୀରେ ଅନେକ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶା ଗସ୍ତ କରୁଛନ୍ତି । ଚଳିତ ମାସରେ ସମ୍ବଲପୁରଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମଧ୍ୟପ୍ରଦେଶ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶିବରାଜ ସିଂହ ଚୈାହାନ, ଓଡିଶା ଗସ୍ତ କରିଛନ୍ତି । ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ । ଗସ୍ତ ଅବସରରେ ଶ୍ରୀ ସିଂହ ନବରଙ୍ଗପୁରଠାରେ କାର୍ଯ୍ୟକର୍ତା ସମ୍ମଳନୀ ଏବଂ ବ୍ରହ୍ମପୁର ଓ ବାରିପଦାଠାରେ ଅନୁଷ୍ଠିତ ଜନସମାବେଶକୁ ସମ୍ବୋଧନ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ରାଜ୍ୟରେ ଲାଗୁ ହେବ
9m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର