ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବହୁ ନେତାଙ୍କ ଲିଙ୍କ
by Argus News
Sun, Dec 10 | 8:52 a.m.

ଅର୍ଗସ ବ୍ୟୁରୋ: ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମଦ ବେପାରୀ ଦୀପକ ସାହୁ ଓ  ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାରର ଆସିଛି ବଡ଼ ଅଭିଯୋଗ। ଦୀପକଙ୍କ କମ୍ପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଟୁକୁନି ସାହୁଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ?  ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? 

ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି। ସେହିପରି  ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତାଙ୍କର ଏହି ମାମଲାରେ ସଂପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି। ଅନ୍ୟପଟେ ରେଡରେ ଜବତ ଲାଲ ଡାଏରୀକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେହି ଲାଲ୍ ଡାଏରୀରେ ଲୁଚିଛି କି ବଡ ସତ ?  କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? ଲାଲ ଡାଏରୀରେ ଲୁଚିଛି ଏହି ସବୁ ପ୍ରଶ୍ନର ଉତ୍ତର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021