ବିକାଶର ଛାଇ ଛୁଇନି ରାଜ୍ୟର ଅନେକ ସୀମାନ୍ତ ଗାଁ
by Argus News
Sat, Mar 02 | 6:19 p.m.

ଅର୍ଗସ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେବି ବିକାଶର ଛାଇ ଛୁଇନି ରାଜ୍ୟର ଅନେକ ସୀମାନ୍ତ ଗାଁ I  ଏଦୃଶ୍ୟକୁ ଦେଖିଲେ ଠିକ ଭାବେ ବୁଝିପାରୁଥିବେ ଯେ, ଗାଁରେ ବିକାଶ କେମିତି ବାଟ ହୁଡିଛି। ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ଏଠି ସାତ ସପନ I ଏଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡା ପଞ୍ଚାୟତ ଆନ୍ତର୍ଗତ ଖଳିଘଟି ଗାଁର l ଏହି ଗାଁ କୁ ଯିବା ପାଇଁ ହେଲେ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ 2 କିଲୋମିଟର ରାସ୍ତା  ଚାଲିଚାଲି ଯିବାକୁ ହୁଏ l  ଜଙ୍ଗଲ ପାହାଡ଼ ଭିତରେ ପ୍ରାୟ 30 ଟି ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁ ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ ପିଇବା ପାଣି ଭଳି ମୌଳିକ ସୁବିଧା ଅପହଞ୍ଚ l

ବିକାଶର ଛାଇ ମାଡ଼ିନଥିବା ନୟାଗଡ଼ର ଏହି ସୀମାନ୍ତ ଗାଁରେ ବସୁଧା ଅପହଞ୍ଚ।  ପିଇବାପାଣି ମୁନ୍ଦେ ପାଇଁ ଏକମାତ୍ର ପଥର କୁଅ  ଉପରେ ନିର୍ଭର କରୁଛନ୍ତି ଖଳିଘଟିବାସୀ  l ଗାଁରେ ବିଜୁଳି ସଂଯୋଗ ହୋଇଥିଲେବି ନିୟମିତ ବିଦ୍ୟୁତ ଆସୁନି। ସେଭଳି ଆବାସ ଯୋଜନାରେ ହିତିଧିକାରୀଙ୍କ ନାଁ ଥାଇବି ଘର ମିଳୁନଥିବା ଅଭିଯୋଗ ହୋଇଛି। ସରକାରଙ୍କ ଠାରୁ ବାରମ୍ବାର ନିରାସ ହେଉଥିବା ଗ୍ରାମବାସୀ ସମସ୍ୟାର ସମାଧାନ ନହେଲେ ଏଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ