ଅସହ୍ୟ ହେବ ମାର୍ଚ୍ଚ: ସକାଳ ୭ଟାରୁ ହେଉଛି ପ୍ରବଳ ଖରା
by Argus News
Fri, Mar 01 | 1:00 p.m.

ଅର୍ଗସ ବ୍ୟୁରୋ: ଅସହ୍ୟ ହେବ ମାର୍ଚ୍ଚ । ସକାଳ ୭ ରୁ ହେଉଛି ପ୍ରବଳ ଖରା। ଦିନ ତମାମ ଗରମ ଗୁଳୁଗୁଳିର ପ୍ରଭାବ। ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଉଭୟ ରାତ୍ରି ଓ ଦିନ ତାପମାତ୍ରା ବୃଦ୍ଧି ହେବ। ଗତକାଲି ଠାରୁ ଆଜିର ତାପମାତ୍ରା ବୃଦ୍ଧି ହେବ। 

୨ରୁ୩  ଡିଗ୍ରୀ ରାତ୍ରି ତାପମାତ୍ରା ବଢ଼ିବ ।ପଶ୍ଚିମାଝଡ଼ର ଆଗମନ ରହିଛି । ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରିବ। ଯାହା ଫଳରେ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ । ସେପଟେ ଏଲିନିନୋର ପ୍ରକ୍ରିୟା ଧୀରେ ଧୀରେ କମ ହେଉଛି । ଫଳରେ ମୌସୁମୀ ପରବର୍ତ୍ତୀ ସମୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୌସୁମୀ ପ୍ରଭାବ କମ ରହିବ । ତେବେ ୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ନିର୍ଦ୍ଦିଷ୍ଟ କୌଣସି ପାଣିପାଗ ନିୟାମକ ନ ଥିବା ବେଳେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଗତକାଲି  ମାଲକାନଗିରି ଲରେ ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରରେ ୩୪.୭ ଡିଗ୍ରୀ ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ଉଚ୍ଚ ଜୁଆର
now
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
3m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ