ଚାଂଚଲ୍ୟକର ଖୁଲାସା ! ପୁରୀ ବେଳାଭୂମିକୁ ବିକ୍ରି ପାଇଁ କିଏ କରିଥିଲା ଉଦ୍ୟମ ?
by Argus News
Sat, Jul 27 | 10:37 a.m.

ଅର୍ଗସ ବ୍ୟୁରୋ: ପୁରୀ ବେଳାଭୂମିକୁ ପ୍ଲଟିଂ କରି ବିକ୍ରି ଯୋଜନାରେ ଜମି ମାଫିଆ । ଜୁଆର ମାଡ ହେଉଥିବା ସ୍ଥାନରେ ବି ଚାଲିଛି ନିର୍ମାଣ କାର୍ଯ୍ୟ । ଏଭଳି ବେଆଇନ କାର୍ଯ୍ୟକଳାପ ପଛରେ ବଡ ବଡ ଜମି ମାଫିଆଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।  CRZ ଆଇନର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ପୁରୀ ବେଳାମାର୍ଗ ଷ୍ଟରଲିନ୍ ଛକ ବେଳାଭୂମିରେ ଚାଲିଥିବା ଏଭଳି ନିର୍ମାଣ ବିରୋଧରେ CRZ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛି ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ । ଘଟଣାସ୍ଥଳକୁ ଯାଇ ଏକ ଟିମ୍ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ଶହ ଶହ ହଳଦିଆ ଖୁଣ୍ଟ ପୋତି ଖଣ୍ଡ ଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି । ଯୋଜନା ପଛରେ ବଡ଼ବଡ଼ ଜମି ମାଫିଆଙ୍କ ହାତ ରହିଛି ବୋଲି ଅଭିଯୋଗ ହୋଇଛି । ସିଆରଜେଡ୍‌ ନିୟମର ଖୋଲା ଉଲ୍ଲଂଘନ ବି ହୋଇଛି । ଷ୍ଟର୍ଲିନ୍‌ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ । ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି । ତଥାପି ଜମି ମାଫିଆମାନେ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଏଭଳି ଜବରଦଖଲକୁ ତୁରନ୍ତ ହଟାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଗେଜେଟ୍‌ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସମୁଦ୍ର ଜଳରାଶି ତଥା ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ସିଆରଜେଡ୍‌ ନିୟମ ଲାଗୁ କରାଯାଇଛି । ଚାରିଭାଗରେ ବିଭକ୍ତ ସିଆରଜେଡ୍‌ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍‌-୧ ଓ ସିଆରଜେଡ୍‌-୨ରେ ଆସୁଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସିଆରଜେଡ୍‌ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍‌-୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ । କଂକ୍ରିଟ୍‌ ନିର୍ମାଣ କୌଣସି ପରିସ୍ଥିତିରେ ହୋଇପାରିବନି ।

ଅପରପକ୍ଷେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ସିଆରଜେଡ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏକ ଟିମ୍ ଘଟଣାସ୍ଥଳ କୁ ଯାଇ ତଦନ୍ତ କରୁଛି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଛନ୍ତି । ତେବେ ଏଭଳି ଜବରଦଖଲ ଜମିକୁ ମାଫିଆ ମାନେ ନୋଟାରି ଆଫିଡେଭିଟ ମାଧ୍ୟମରେ ବିକ୍ରି କରୁଥିବା ନଜରକୁ ଆସିଛି । ଏଭଳି ନୋଟାରୀ ଆଫିଡେଭିଟ ମାଧ୍ୟମରେ ବିକ୍ରି ହେଉଥିବା କୌଣସି ବେଆଇନ ଜାଗାକୁ ନ କିଣିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

(ପ୍ରିୟଦର୍ଶନ ମହାନ୍ତି ଓ ଆଲୋକ ଆଶୁତୋଷଙ୍କ ରିପୋର୍ଟ)

 


 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା