ଇଂରାଜୀ, ଗଣିତ ପରେ ସଂସ୍କୃତରେ ବି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ
by Argus News
Wed, Feb 28 | 6:37 p.m.

ଅର୍ଗସ ବ୍ୟୁରୋ : ଥରେ କି ଦୁଇ ଥର ନୁହଁ...ବାରମ୍ବାର ତ୍ରୁଟି । ଇଂରାଜୀ, ଗଣିତ ପରେ ସଂସ୍କୃତରେ ବି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ । ଅଭିଭାବକ ଓ ଶିକ୍ଷକ କହିଲେ ପିଲାଙ୍କର ବଢୁଛି ମାନସିକ ଚାପ । ନୂଆ ଟେକ୍ନୋଲୋଜି ବ୍ୟବହାର ସତ୍ତ୍ବେ ଫେଲ୍‌ ମାରିଲା କି ବୋର୍ଡର ଯୋଜନା ? ଆଜି ସକାଳେ ପରୀକ୍ଷାର କିଛି ସମୟ ପରେ ସଂସ୍କୃତ ପ୍ରଶ୍ନପତ୍ରର A ସେଟ୍‌ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା । ମୋବାଇଲରୁ ମୋବାଇଲ subjective  ପ୍ରଶ୍ନପତ୍ରର ଫଟୋ  ଘୁରି ବୁଲିଥିଲା । ତେବେ ପରୀକ୍ଷା ଶେଷ ପରେ ସେଟ୍-Aର ପ୍ରଶ୍ନ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି କହିଛନ୍ତି ପରୀକ୍ଷାର୍ଥୀ । 

ସେପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷା ଶେଷ ହେବାର କିଛି ସମୟ ପରେ ବୋର୍ଡ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରି କୁହାଯାଇଛି, ତୃତୀୟ ଭାଷା ପରୀକ୍ଷା ସୂଚାର ରୂପେ ଶେଷ ହୋଇଛି । କୌଣସି ଜିଲ୍ଲା ଶିକ୍ଷା ଅଧିକାରୀ ଓ କୌଣସି ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନିୟମିତତାର ଅଭିଯୋଗ ଆସିନାହିଁ । କୌଣସି ତ୍ରୁଟି ବିଚ୍ୟୁତି ମଧ୍ୟ ପରିଲିକ୍ଷିତ ହୋଇନାହିଁ । ସମସ୍ତ ପରୀକ୍ଷା କେନ୍ଦ୍ର ରେ ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଛି । ପ୍ରଶ୍ନପତ୍ର ଭାଇରାଲ ପରେ କେବଳ ପରୀକ୍ଷାର୍ଥୀ ନୁହନ୍ତି, ଅଭିଭାବକ ବି ଚିନ୍ତାରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଏଥର AI ବ୍ୟବସ୍ଥା ସହ ସିସିଟିଭି ଲାଇଭ କ୍ୟାମେରା ବ୍ୟବହାର କରାଯାଉଛି । ଏତେ କଟକଣା ପରେ ବି ପ୍ରଶ୍ନପତ୍ର କେମିତି ଆସୁଛି ବାହାରକୁ । ପରୀକ୍ଷା ହଲ୍‌ରେ ହିଁ ପ୍ରଶ୍ନପତ୍ର ଖୋଲାଯିବାର ନିୟମ ଅଛି । ତେବେ ପରୀକ୍ଷା ପୂର୍ବରୁ କେମିତି ପ୍ରଶ୍ନପତ୍ର ଲିକ ହେଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ