୧୨୦କେଜି ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ
by Argus News
Tue, Feb 06 | 2:08 p.m.

ଅର୍ଗସ ବ୍ୟୁରୋ : ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଯଶିପୁର ପୋଲିସ । ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ବେଳେ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଧରିଛି ପୋଲିସ । ଜବତ ଗଞ୍ଜଇର ଅନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଆସିଫୁଲ ମଣ୍ଡଳ ଓ ଦୟାଲ ବିଶ୍ୱାସ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଯଶିପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଘଟଣା ସ୍ଥଳରୁ ଗାଡି ଓ ଡ୍ରାଇଭର ସମେତ ଜଣକୁ ଗିରଫ କରି ଅଧିକ ତଦନ୍ତ କରୁଛି  ପୋଲିସ । ତେବେ ଏହା ଯଶିପୁର ପୋଲିସ ପାଇଁ ଏକ ବଡ଼ ସଫଳତା ମିଳିଛି । ଗାଡ଼ିରେ ୧.୨୦ କେଜି କୁଇଣ୍ଟାଲ ଗଞ୍ଜେଇ ମିଳି ଥିବାର ସୂଚନା ଦେଇଛନ୍ତି  ପୋଲିସ ଅଧିକାରୀ ।

HOROSCOPE
59m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ