ନ ଚାଲୁଣୁ ଢଳିଲା ଲକ୍ଷ୍ମୀ ବସ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ
by Argus News
Tue, Feb 20 | 4:33 p.m.

ଅର୍ଗସ ବ୍ୟୁରୋ : ବିକାଶର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ବିନାଶ ଦିଗରେ ନେଉଛନ୍ତି ଓଡିଶାକୁ । ସରକାର ମହିଳା ମାନଙ୍କ ପାଇଁ ଲକ୍ଷ୍ମୀ ବସ କରି ଯୋଜନାର ଲାଭ ଉଠାଇବାକୁ ଦେଲେ ବାର୍ତ୍ତା । ହେଲେ ନ ଚାଲୁଣୁ ଝୁଣ୍ଟିଲା ବା ଢଳି ଗଲାଣି ଲକ୍ଷ୍ମୀ ବସ । ମହିଳା ମାନଙ୍କ ପାଇଁ ଚାଲିଥିବା ଲକ୍ଷ୍ମୀ ବସ ରାସ୍ତାରେ ଯିବା ସମୟରେ ରାସ୍ତା ପାର୍ଶ୍ଵକୁ ଢଳି ପଡିଛି ଏବଂ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ବସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ଦେଖିଲେ ଆପଣ ବି ଜାଣିପାରିବେ ଯେ ସରକାରଙ୍କ ବିକାଶ ପଛର ବାସ୍ତବତା କଣ । କପ୍ତିପଦା ବ୍ଲକରୁ ଶରତ ଏବଂ ନୋଟ ଅଞ୍ଚଳକୁ ଚାଲୁଥିବା ଲକ୍ଷ୍ମୀ ବସ ଆଜି ନୋଟ ନିକଟରେ ରାସ୍ତା ପାର୍ଶ୍ଵକୁ ଢଳି ପଡିଛି । ଗାଡିର ଚାଳକଙ୍କ ଭୁଲ ପାଇଁ ନା ଖରାପ ରାସ୍ତାରେ ଗାଡି ଭାରସାମ୍ୟ ହରାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗାଁ ଗହଳିକୁ ଖରାପ ରାସ୍ତା ରହିଥିବା ବେଳେ ରାଜ୍ୟ ସରକାର ପକ୍କା ସଡ଼କର ବାଃ ବାଃ ନେଉଛନ୍ତି । ହେଲେ ଖରାପ ରାସ୍ତା ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି ଲକ୍ଷ୍ମୀ ବସ ।
 

ଉଚ୍ଚ ଜୁଆର
now
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
3m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ