ଚିଲିକା କୂଳ ଏବେ ଖାଁ ଖାଁ ...
by Argus News
Sun, Apr 21 | 11:50 a.m.

ଖୋର୍ଦ୍ଧା: ମରାଳ ମାଳୀନି ନୀଳାମ୍ବୁ ଚିଲିକାର ଶୋଭାବର୍ଦ୍ଧନ କରୁଥିବା ଦେଶୀ-ବିଦେଶୀ ପକ୍ଷୀମାନେ ଏବେ ପ୍ରତ୍ୟାବର୍ତ୍ତନ  କରିବା ଆରମ୍ଭ  କରିଛନ୍ତି । ଚଳିତ ବର୍ଷ  ଚିଲିକାକୁ ଆସିଥିବା ଏହି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଥିଲା । ଚଳିତ ବର୍ଷ ଚିଲିକାକୁ ସର୍ବମୋଟ ୧୦ ଲକ୍ଷ ୯୮ ହଜାର ୮୧୩ ପକ୍ଷୀ ଆସିଥିଲେ । 

ଗତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥିବା ବେଳେ ଚଳିତ ବର୍ଷ ୧୮୭ ପ୍ରଜାତିର ପକ୍ଷୀ ଚିଲିକା ଆସିଥିବା ସରକାରୀ ଗଣନାରୁ ଜଣାପଡିଛି । ପ୍ରତିବର୍ଷ ଭଳି ଚିଲିକାକୁ ଏହି ବିଦେଶୀ ପକ୍ଷୀମାନେ ଶୀତ ଋତୁରେ ଅର୍ଥାତ ଅକ୍ଟୋବର ମାସରେ ଆସିଥାନ୍ତି । ଏବଂ ଗ୍ରୀଷ୍ମ ଦିନରେ ଅର୍ଥାତ ମାର୍ଚ୍ଚ-ଏପ୍ରିଲ ମାସରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ସରକାରୀ ରେକର୍ଡ ରହିଛି । 

ଶୀତ ଋତୁରେ ଏହି ରଙ୍ଗ-ବେରଙ୍ଗ ର ଦେଶୀ-ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଚିଲିକାକୁ  ବିଦେଶୀ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟି ଥାଏ । ମାତ୍ର ଏହି ବିଦେଶୀ ପକ୍ଷୀଙ୍କ ପ୍ରତ୍ୟାବର୍ତ୍ତନ ହୋଇ ଯିବାରୁ ଚିଲିକା କୂଳ ଏବେ ଖାଁ ଖାଁ ଦେଖିବାକୁ ମିଳିଛି । ଏପରିକି ପର୍ଯ୍ୟଟକଙ୍କ ରେଡ୍ଡି ହୋଇ ରହିଥିବା ଡଙ୍ଗା ଏବେ ଫାଙ୍କା ପଡିଛି । ଚିଲିକାର ଏହି ନୀଳ ଜଳ ରାଶିରେ ବିଦେଶୀ ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକମାନେ ବେଶ ଆନନ୍ଦ ଉଲ୍ଲାସ ଉପଭୋଗ କରିବା ସହ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ମନ୍ତ୍ରମୁଗ୍ଧ ହୋଇଥାନ୍ତି ।

ଏବେବି କେତେକ ବିଦେଶୀ ପକ୍ଷୀ ଚିଲିକାକୁ ସୁରକ୍ଷିତ ମଣୁ ଥିବାରୁ ଏଠାରେ ରହି ଯାଇଛନ୍ତି । ବିଦେଶାଗତ ପକ୍ଷୀମାନେ ଦେଶ ବିଦେଶରୁ ଚିଲିକାକୁ ୪ ମାସ ପାଇଁ ଆସିଥାନ୍ତି । ଗ୍ରୀଷ୍ମ ଋତୁର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରୁ ବିଦେଶୀ ପକ୍ଷୀମାନେ ଏବେ ସ୍ୱଦେଶକୁ  ପ୍ରତ୍ୟାବର୍ତ୍ତନ କରିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

WHOLE
12m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା
LIQUOR SEIZED
25m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
56m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ