ଗଛରୁ ବାହାରୁଛି କ୍ଷୀର, ପୂଜାର୍ଚ୍ଚନା କଲେ ଗାଁ ଲୋକେ
by Argus News
Thu, Aug 22 | 11:24 a.m.

ବେଗୁନିଆ: ଆମ୍ବ ଗଛରୁ ବୋହୁଛି କ୍ଷୀର । ଏହିଭଳି ଘଟଣା ପ୍ରଚାର ପରେ ଘଟଣାସ୍ଥଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଏକଡାଳିଆ ଗ୍ରାମରେ । ଆଜି ସକାଳୁ ଗ୍ରାମର ନିକଟରେ ଥିବା ଶିବ ମନ୍ଦିର ପାଖରେ ଥିବା ବହୁ ବର୍ଷର ପୁରୁଣା ଆମ୍ବ ଗଛରୁ କ୍ଷୀର ବାହାରୁଥିବା ମନ୍ଦିରକୁ ଆସିଥିବା କିଛି ଶ୍ରଦ୍ଧାଳୁ ଦେଖିଥିଲେ । 

ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିବାବେଳେ ଅନେକ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂଜା କରୁଥିବା ଆମ୍ବ ଗଛରୁ କ୍ଷୀର ବୋହିବାବେଳେ ଏହାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଛି । 

କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ୟ ବୋଲି କହୁଥିବାବେଳେ କେହି କେହି ଚମତ୍କାର ବୋଲି କହୁଛନ୍ତି । ସେହିଭଳି ଗଛରୁ ବାହାରୁଥିବା ଏହି କ୍ଷୀରର ବାସ୍ନା ଚନ୍ଦନ କର୍ପୁର ଭଳି ହେଉଥିବା କହିଛନ୍ତି ଗ୍ରାମବାସୀ । ମା' ଯୋଗମାୟାଙ୍କ କୃପାରୁ ଏଭଳି ଆଲୌକିକ ଘଟଣା ଘଟୁଥିବାବେଳେ ଗଛକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର