ଜେଲରୁ ଆସି ପୁନର୍ବାର ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ
by Argus News
Wed, Nov 06 | 1:58 p.m.

ଅର୍ଗସ ବ୍ୟୁରୋ:  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ। ଭିଜିଲାନ୍ସ ହାତରେ ବନ୍ଧା ହୋଇ ଜେଲ ଗଲେ। କିନ୍ତୁ ଏଯାଏଁ ବାବୁଙ୍କ ଚେୟାର ନିଶା ଛାଡିନି। ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ।  ଗତ୨୩.୧୦.୨୦୨୪ରେ କୋଟିପତି ମୂଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ। ରାଜ୍ୟର ୧୦ଟି ସ୍ଥାନରେ ଚଢାଉ କରି ୨୮ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଠାବ ହୋଇଥିଲା । ଆୟ ଠାରୁ ୧୧୨ ଗୁଣ ଅଧିକ ସଂପତି ଠାବ କରିଥିଲା ଭିଜିଲାନ୍ସ। କିନ୍ତୁ ଏବେ ଜେଲରୁ ବେଲରେ ଆସି ପୁନର୍ବାର କେନ୍ଦୁଝର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କୋଟିପତି ବାବୁ ।

ଆଶ୍ଚର୍ଯ୍ୟର କଥା ଏତେ ବଡ ଦୁର୍ନୀତି ପରେ ଏ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ଷେତ୍ରରେ ଆରମ୍ଭ ହୋଇନାହିଁ ଦଣ୍ଡ ବିଧାନ କାର୍ଯ୍ୟକ୍ରମ । ବାବୁଙ୍କ ବିରୋଧରେ କୋର୍ଟରେ ସମ୍ପୁର୍ଣ୍ଣ ଚାର୍ଜସିଟ୍ ଦାଖଲ କରିନାହିଁ ଭିଜିଲାନ୍ସ ବିଭାଗ। ଦୁର୍ନୀତିଖୋର ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ ପରେ କୈଳାସ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି  କହିଛନ୍ତି ଭିଜିଲାନ୍ସ ଏସପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ରଧାନମନ୍ତ୍ରୀ
11m ago
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍
ଏୟାରପୋର୍ଟ ସୁବିଧା
51m ago
ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ world class ସୁବିଧା
ଭୁବନେଶ୍ୱର: ରେଳ ଷ୍ଟେସନରେ ମିଳିବ ଏୟାରପୋର୍ଟ ସୁବିଧା । ସଜେଇ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ world class ସୁବିଧା
ନେଟୱାର୍କ
53m ago
ଗାଁରେ ମିଳୁନି ନେଟୱାର୍କ ସେବା
ଅର୍ଗସ ବ୍ୟୁରୋ: ଗାଁରେ ନାହିଁ ନେଟୱାର୍କ, ସିଗନାଲ ପାଇଁ ଚଢିବାକୁ ପଡୁଛି ଗଛ। ଫୋନରେ କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳ ଭରସା। କାରଣ ଏଇଠି ମୋବାଇଲ ରହିଲେ, ସିଗନାଲ୍ ରହୁଛି
SDPO
58m ago
ବଦଳିଲେ ଯାଜପୁର SDPO ସତ୍ୟବ୍ରତ ଲେଙ୍କା
ଅର୍ଗସ ବ୍ୟୁରୋ: ବଦଳିଲେ ଯାଜପୁର SDPO ସତ୍ୟବ୍ରତ ଲେଙ୍କା । ଯାଜପୁର ସହରରେ BNS 163 ଲାଗିଥିବାବେଳେ ବଦଳିଲେ । ତଦନ୍ତରେ ବ୍ୟାଘାତ ସୃଷ୍ଟି ଅଭିଯୋଗରେ ବଦଳି ହୋଇଥିବା ସୂଚନା ମିଳିଛି
ପ୍ରଧାନମନ୍ତ୍ରୀ ନରେନ୍ଦ
ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି
ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଆଜି ଶେଷ ଦିନ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଓଡ଼ି