କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ, ୧୯ ଜଣଙ୍କ ରୟାଲଟି ବାତିଲ 
by Argus News
Thu, Oct 17 | 12:13 p.m.

ଖୋର୍ଦ୍ଧା: ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହାଦୁର୍ନୀତି । କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ । ଏନେଇ ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି । ଯେଉଁମାନେ ଜରିମାନା ଦେଇ ନାହାନ୍ତି ସେମାନଙ୍କ ବିରୋଧରେ ଥାନାରେ ହୋଇଛି ମାମଲା । 

ଖୋର୍ଦ୍ଧାରେ ଚାଲିଛି ବେଆଇନ ଖଣି ଉତ୍ତୋଳନ । ୫ ଲିଜଧାରୀଙ୍କ ବିରୋଧରେ ଉପଜିଲ୍ଲାପାଳ ଏତଲା ଦେଇଛନ୍ତି । ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୋଟିସର କୌଣସି ଉତ୍ତର ନଦେବା ଖଣି ଲିଜଧାରୀଙ୍କୁ ମହଙ୍ଗା ପଡିଛି । ୧୯ ଖଣି ମାଲିକଙ୍କୁ ଚିଠି କରିବା ସହ ୫ ଜଣଙ୍କ ବିରୋଧରେ ଖେର୍ଦ୍ଧା ସଦର ଥାନାରେ ଏତଲା ଦିଆଯାଇଛି । 

ଏଥିସହ ଯେ ପର୍ଯ୍ୟନ୍ତ ଜରିମାନା ଓ ଅନ୍ୟାନ୍ୟ ଦେୟ ପଇଠ ନହୋଇଛି, ସେ ପର୍ଯ୍ୟନ୍ତ ଖଣି ମାଲିକଙ୍କୁ ଖଣିଜ ସମ୍ପଦ ଉତ୍ତୋଳନ ଅନୁମତି ବାତିଲ କରିଛନ୍ତି । ଚିଠି ଅନୁସାରେ, ୧୯ ଜଣ ଖଣି ମାଲିକଙ୍କୁ ୨୦୨୨-୨୩ ବର୍ଷରେ ଧାର୍ଯ୍ୟ ଅନୁମତିଠାରୁ ଅଧିକ ମହାପ୍ରଭୁଙ୍କ ଖଣିରୁ ବେଆଇନ୍‌ ଖଣି ଉତ୍ତୋଳନ ପାଇଁ ରୟାଲଟି ଓ ପେନାଲ୍ଟି ବାବଦକୁ ୨୨ କୋଟି ୬୫ ଲକ୍ଷ ୨୩ ହଜାର ୭ ଶହ ୬୧ ଟଙ୍କା ଜରିମାନା କରାଯାଇଛି ।  ତେବେ ନୋଟିସ୍ ପାଇଥିବା ୧୪ ଜଣ ଜରିମାନା ଭରି ଦେଇଥିବାରୁ ୫ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

ଆହୁରି ପଢନ୍ତୁ  ଓଡିଶା ଖବର...

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର