ସୂତା କଟିଯିବାରୁ ଟ୍ରେନ ଲାଇନ୍ ଅପରପାର୍ଶ୍ୱକୁ ଯାଇଥିଲେ, ହେଲେ...
by Argus News
Sun, Dec 10 | 2:43 p.m.

ଭୁବନେଶ୍ୱର: ଗୁଡ଼ି ଉଡ଼ାଉଥିବାବେଳେ ଟ୍ରେନରେ ଧକ୍କା ହୋଇ ଚାଲିଗଲା ନାବାଳକର ଜୀବନ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସାଙ୍ଗ ସହ ଗୁଡି ଉଡାଉଥିଲେ । ଗୁଡ଼ିର ସୂତା କଟି ଯିବାରୁ ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱକୁ ଗୁଡି ଆଣିବା ପାଇଁ ଯାଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା । ସେହିଠାରେ ହିଁ ନାବାଳକ ଜଣଙ୍କର ମୃତ୍ୟୁ ଘଟିଥିଲା । ସୂର୍ଯ୍ୟ ନବମ ଶ୍ରେଣୀର ଛାତ୍ର । GRP ପୋଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଉଚ୍ଚ ଜୁଆର
28m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
31m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ