ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ- ସ୍ବାଧୀନ ଦାୟିତ୍ବ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦ୍ବିତୀୟ ପାଳିର ମୋଦୀ କ୍ୟାବିନେଟରେ ପାୱାରଫୁଲ ବିଭାଗ ସମ୍ଭାଳିଥିବା ଅମିତ୍ ଶାହ, ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ସେହିପରି ମୋଦି କ୍ୟାବିନେଟରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇ ନଥିଲେ । ଏବେ ତାଙ୍କର ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାରୁ ମୋଦି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ଚିରାଗ ପାସୱାନ୍, ରାମମୋହନ ନାଇଡୁଙ୍କ ଭଳି ଯୁବ ଚେହେରା ବି ସାମିଲ ହୋଇଛନ୍ତି। JDUରୁ ଲଲନ ସିଂହ ଓ ସିନ୍ଦେ ସେନାରୁ ପ୍ରତାପ ରାଓ ଯାଧବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।
ଆହୁରି ପଢନ୍ତୁ ରାଜନୀତି ଖବର...