ମରିସସରେ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ ମୋଦି 
by Argus News
Thu, Feb 29 | 7:14 a.m.

ନୂଆଦିଲ୍ଲୀ:  ନୂଆ ସୋପାନରେ ଭାରତ- ମରିସସ ସମ୍ପର୍କ ।  ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ ମରିସସର ଆଗାଲେଗା ଦ୍ୱୀପରେ ମିଳିତ ଭାବେ ନୂତନ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ । ଆଜି ଦିନ ଗୋଟାଏରେ ଭର୍ଚୁଆଲ ଜରିଆରେ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ପିଏମ ମୋଦି । ଆଗଲେଗା ଦ୍ୱୀପରେ ୬ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହେବ ।  ପ୍ରକଳ୍ପଗୁଡ଼ିକ ମରିସସ୍ ର ମୁଖ୍ୟ ଭୂମି ସହିତ ଆଗାଲେଗାର ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ସାମୁଦ୍ରିକ ନିରାପତ୍ତାକୁ ମଜଭୁତ୍ କରିବ ।

ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଭାରତ ଏବଂ ମରିସସ୍ ମଧ୍ୟରେ ସୁଦୃଢ଼ ଏବଂ ଦଶନ୍ଧି ପୁରୁଣା ବିକାଶ ଭାଗିଦାରୀର ପ୍ରମାଣ। ଏହି ପ୍ରକଳ୍ପଗୁଡ଼ିକ ମରିସସର ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ଚାହିଦା ପୂରଣ କରିବ। ନିକଟରେ ୧୨ ଫେବୃଆରୀ ୨୦୨୪ ରେ ଦୁଇ ନେତାଙ୍କ ଦ୍ୱାରା ମରିସସରେ ୟୁପିଆଇ ଏବଂ ରୂପେ କାର୍ଡ ସେବାର ଶୁଭାରମ୍ଭ ପରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ବେଶ ଗୁରୁତ୍ୱପୂର୍ଣ୍ଣ ।  

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ