କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ରାଜପଥ ସଂପ୍ରସାରଣ ପାଇଁ ମୋଦି ଦେଲେ ୭୧୮.୨୬ କୋଟି ଟଙ୍କା
by Argus News
Wed, Feb 28 | 8:39 p.m.

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ଅଟନ୍ତି । ଓଡିଶାର ପ୍ରତ୍ୟେକ କ୍ଷେତ୍ର ଯଥା-ଗମନାଗମନ, ପର୍ଯ୍ୟଟନ, ରେଳ, ଯୁବକଙ୍କୁ ନିଯୁକ୍ତି, ଓଡ଼ିଆଙ୍କୁ ଦେଶରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଓଡିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଉଥିବା ୫୯ନମ୍ବର ଜାତୀୟ ରାଜପଥର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ମୋଦି ସରକାର ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । 

୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗିବାଡି ସହ ଯୋଡି ହୋଇଥିବା ଏହି ରାସ୍ତାର ପ୍ରଶସ୍ତିକରଣ ଦ୍ୱାରା ନିରାପତା ସୁଦୃଢ଼ ହେବା ସହ ଅନେକ ବିଧାବିଘ୍ନ ଦୂର ହେବ । ଏଥିଲାଗି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ପରିବହନମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦାରିଙ୍ଗିବାଡି ଘାଟି ସେକ୍ସନ ବର୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁଁ ଗାଡି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ଗାଡିକୁ ୫୯ନମ୍ବର ଜାତୀୟ ରାଜପଥକୁ ଏଡାଇବାକୁ ହେଉଛି । ବିଶେଷ କରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ପ୍ରଶସ୍ତିକରଣ ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତା ସୁଦୃଢ଼ ହେବ ଏବଂ ୫୯ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।  

ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର