ଖିରି ଖାଇ କ୍ଷୀର ଖୁଆଇଥିବା ଜନ୍ମଦାତ୍ରୀଙ୍କୁ ମନେ ପକାଇଲେ ମୋଦି
by Argus News
Tue, Sep 17 | 9:39 p.m.

ଅର୍ଗସ ବ୍ୟୁରୋ: ପାଦରୁ ଜୋତା ଖୋଲିଦେଇ ଆସ ତା' ପାଖକୁ । ମୁଣ୍ଡ ନୁଆଇଁ ନୁଆଇଁ ଆସ । ଯେଉଁ ଶୋକ ଓ ସମୁଦ୍ର ଭିତରୁ ଦିବ୍ୟରୂପ ନେଇ ଉଠିଆସିଛି ସେ, ତା'ରି କୂଳରେ ଆଖିବୁଜି ଆଣ୍ଠୁମାଡ଼ି ବସ । ତା'ରି କୋଳରେ ଅମୃତ କୁମ୍ଭ ଖୋଲିଦିଅ ଆଁ । ଦେଉଳ ଦୁଆର ଖୋଲ, ଦେବୀଙ୍କ ଅସ୍ଥାନରେ ଯିଏ ବସିଛି, ସେ ଖାଲି ତା'ର ଗୋଟେ ଅଲଗା ନାଆଁ- ମାଆ । ପ୍ରସୂତି ଗୃହରେ ଯାହାର ପ୍ରାର୍ଥନାର ପ୍ରତିଧ୍ବନି ଯୋଗୁଁ ମଣିଷ ଦୁନିଆ ଦେଖେ ସେ ହିଁ ହେଉଛି ମାଆ । ତେଣୁ ତାର ଅବର୍ତ୍ତମାନରେ ମଣିଷ ଖାଲି ଅଭାବ ଅନୁଭବ କରେନି ବରଂ ଅସହାୟପଣିଆର ଅବଶୋଷରେ ଆଖିରେ ଲୁହ ଲୁଚେଇ ଚୁପଚାପ ହେଇଯାଏ । ହେଲେ ପରିସ୍ଥିତି ବେଳେ ନୀରବତା ଭିତରୁ ବି ଅନେକ କିଛି କଥା ବାହାର କରିଆଣେ । 

ଦେଖନ୍ତୁ ଆପଣଙ୍କ ସ୍କ୍ରିନ ଉପରେ ଦୁଇଟି ଦୃଶ୍ୟ । ଗୋଟିଏ ପିଏମ୍ ମୋଦିଙ୍କ ମାଆ ହୀରାବେନ ବଞ୍ଚିଥିବା ବେଳର । ଆଉ ଗୋଟେ ଆଜି ଦିନର । ସେଦିନ ବି ତାଙ୍କର ଜନ୍ମଦିନ ଥିଲା ଆଉ ଆଜି ବି ତାଙ୍କର ଜନ୍ମଦିନ । ହେଲେ ପାଖରେ ନାହିଁ ତ କେବଳ ଗୋଟିଏ ଶବ୍ଦ ମାଆ । ଯେଉଁମାଆ ପାଖକୁ ପ୍ରତି ଜନ୍ମଦିନରେ ମୋଦି ଛୁଟି ଯାଉଥିଲେ । ତାର ପାଦ ପଖାଳୁଥିଲେ, ଚରଣାମୃତ ପାନ କରୁଥିଲେ, ମାଆ ପଣତରେ ମୁହଁ ପୋଛୁଥିଲେ । ଆଉ ମାଆ ପୁଅ ଜନ୍ମଦିନରେ କେତେବେଳେ ଗୁଡ଼ ଖଣ୍ଡେ ନ ହେଲେ ମିଠା ଟିକିଏ ଖୁଆଇ ଦେଉଥିଲେ । ହେଲେ ଏବେ ମାଆଙ୍କ ଅବର୍ତ୍ତମାନରେ ଜନ୍ମଦିନରେ ଓଡ଼ିଶାରେ, ଏଇ ଆମ ରାଜଧାନୀ ଭୁବନେଶ୍ବରର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ଖିରି ଖାଇ ମାଆଙ୍କୁ ମନେ ପକାଇଛନ୍ତି ପିଏମ୍ ।

ଖିରି ଖାଇ ସଭାସ୍ଥଳକୁ ଆସିବା ପରେ ପିଏମ୍ ମାଆଙ୍କୁ ମନେ ପକାଇଥିଲେ । ଖିରି ଖାଇବା ବେଳେ ମା’ କଥା ମନେପଡ଼ିଥିବା କହିଥିଲେ ମୋଦି । ପରେ ପ୍ରତି ଜନ୍ମଦିନରେ ଯିବା ସହ କେମିତି ମାଆ ତାଙ୍କୁ ଗୁଡ଼ ଖୁଆଇ ଦେଉଥିଲେ ବଖାଣିଛନ୍ତି ମୋଦି । ସେପଟେ ପିଏମଙ୍କ ପାଇଁ ଖିରି ପ୍ରସ୍ତୁତ କରି ବେଶ ଖୁସି ଗାଡ଼କଣର ଅନ୍ତର୍ଯ୍ୟାମୀ ନାଏକଙ୍କ ପରିବାର । ପିଏମ ଘରକୁ ଆସି ଖିରି ଖାଇବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ କହି ପରିବାର ଲୋକେ କୃତ୍ୟକୃତ୍ୟ । 

ମାଆଙ୍କ ଦେହାନ୍ତ ଦିନ କର୍ମଯୋଗୀ ମୋଦି ଅନ୍ତିମ ସଂସ୍କାର କରି କେମିତି ରାଜକାର୍ଯ୍ୟ ସମ୍ପାଦିତ କରିଥିଲେ ତାର ନଜାରା ସାରା ବିଶ୍ବ ଦେଖିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ହେଲେ ମାଆଙ୍କ ଅବର୍ତ୍ତମାନରେ ଓଡ଼ିଶା ମାଟିରେ ସେ ଭୋଗୁଥିବା ଖଣ୍ଡେ ଶୂନ୍ୟତାକୁ ଆଜି ସର୍ବସମ୍ମୁଖରେ କହିବା ସହ ଭାବପ୍ରବଣ ହୋଇଛନ୍ତି ମୋଦି

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ