କଥା ରଖିଲେ ମୋଦି: ପୂରଣ ହେଲା 24 ମହାଲଢେଇର ପ୍ରତିଶ୍ରୁତି
by Argus News
Tue, Sep 17 | 7:42 p.m.

ଅର୍ଗସ ବ୍ୟୁରୋ: 2024 ମହାଲଡେଇ ସମୟରେ ଓଡିଶାରେ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ବାସୀଙ୍କ ଆଗରେ କଥା ଦେଇଥିଲେ। କହିଥିଲେ ରାଜ୍ୟରେ ବିଜେପି ସରକାରକୁ ଆସିଲେ , ଶ୍ରୀମନ୍ଦିରର ଚାରିଦ୍ବାର ତୁରନ୍ତ ଖୋଲାଯିବ । ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଯିବ 50 ହଜାର ଟଙ୍କା । ଡବଲ ଇଞ୍ଜିନ ସରକାର ହେଲେ ଓଡିଶା ନୂଆ ବିକାଶର ଶିଖରରେ ପହଞ୍ଚିବ। ଏବେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ଆମେ ଯାହା କଥା ଦେଇଥିଲୁ ତାକୁ ପାଳନ କରିଛୁ । 

କଥା ଦେଇଥିଲୁ ଡବଲ ଇଞ୍ଜିନ ସରକାର ହେଲେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବୁ ବୋଲି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯାଇଛି । ଖାଲି ସେତିକି ନୁହେଁ , ରତ୍ନ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ମଧ୍ୟ ପାଳନ କରାଯାଇଛି । ରାଜ୍ୟରେ ବିଜେପି ସରକାର ଗଢିଲେ ମହିଳାଙ୍କ ଆକାଉଣ୍ଟକୁ 50 ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ଆଜି ତାକୁ ମଧ୍ୟ ପାଳନ କରାଯାଇଛି । ସୁଭଦ୍ରାର ପ୍ରଥମ କିସ୍ତି 5ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯାଇଛି।

ଯାହା କଥା ଦେଇଥିଲୁ ତାହା ପୁରଣ କରୁଛୁ ବୋଲି ମୋଦି କହିଛନ୍ତି। ଯେଉଁ ସ୍ବପ୍ନ  ମା ଓ ଭଉଣୀମାନେ ଦେଖିଥିଲେ  ସବୁ ସ୍ବପ୍ନ ପୁରଣ ହେବ ବୋଲି ବିଶ୍ବାସ ଥିବା ସେ କହିଛନ୍ତି। ମୋଦି କହିଛନ୍ତି, ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଉଛି। 

2024 ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଏବଂ ରତ୍ନ ବଣ୍ଡାର ଖୋଲିବା । ଯାହାକି ବିଜେପି ସରକାରକୁ ଆସିଲେ ତୁରନ୍ତ ପୁରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା ଘୋଷଣା କରିଥିଲେ । ଏବେ କ୍ଷମତାକୁ ଆସିବା ପରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ