ମୋହନ ମାଝୀଙ୍କର ଫ୍ରେସ ଓ ୟଙ୍ଗ ମନ୍ତ୍ରୀମଣ୍ଡଳ
by Argus News
Sun, Jun 16 | 7:41 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟରେ ବିଜେପିର ପ୍ରଥମ ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଫ୍ରେସ ଓ ୟଙ୍ଗ ମନ୍ତ୍ରୀମାନଙ୍କୁ ନେଇ ତିଆରି ହୋଇଛି ମନ୍ତ୍ରୀ ମଣ୍ଡଳ । 16ସଦସ୍ୟଙ୍କ ମଧ୍ୟରୁ 8ଜଣ ଫାଷ୍ଟ ଟାଇମ ମନ୍ତ୍ରୀ ପଦ ପାଇଛନ୍ତି । ଜଣେ ମାତ୍ର କେଭି ସିଂହ ଦେଓ ପୂର୍ବରୁ ମନ୍ତ୍ରୀ ଥିଲେ । ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ଏବେ ଉତ୍ସାହର ମାହୋଲ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ବିଜେପି ମେଂଟ ସରକାରରେ ଥିଲେ ସରକାରୀ ଦଳ ଉପ ମୁ୍ଖ୍ୟ ସଚେତକ । ପରେ ବିରୋଧି ଦଳ ମୁଖ୍ୟ ସଚେତକ । ସେ କେବେ ବି ମନ୍ତ୍ରୀ ହୋଇନଥିଲେ ।

ଏହି ମନ୍ତ୍ରୀ ମଣ୍ଡଳରେ ଜଣେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ କି ପୂର୍ବରୁ ମନ୍ତ୍ରୀ ଥିଲେ । କନକ ବର୍ଦ୍ଧନ ସିଂହ ଦେଓ । ପୂର୍ବରୁ ମନ୍ତ୍ରୀ ହେବାର ଅନୁଭୁତି ତାଙ୍କର ରହିଛି । ଏବେ ପ୍ରଥମ ଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋହନ ମାଝୀଙ୍କ ମନ୍ତ୍ରୀ ମଣ୍ଡଳରେ 8ଜଣ ନେତା ଏପରି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି ।ପ୍ରଭାତି ପରିଡା ଫାଷ୍ଟଟାଇମ ଏମଏଲଏରୁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୁରେଶ ପୂଜାରୀ ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ବରଗଡ ସାଂସଦ ଥିଲେ । ସେହିପରି ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ନେତାଙ୍କ ଭିତରେ ଅଛନ୍ତି ପୃଥ୍ବିବୀରାଜ ହରିଚନ୍ଦନ, ବିଭୁତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳ ସାମନ୍ତ, ଗୋକୁଳା ନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ।

ଦ୍ବିତୀୟ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ତାଲିକାରେ ଅଛନ୍ତି ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ ଓ ସୁରଜ ସୂର୍ଯ୍ୟବଂଶୀ ।ରବି ନାରାୟଣ ନାୟକ ଚତୁର୍ଥ ଥର ପାଇଁ ଏମଏଲଏ ହୋଇଥିବା ବେଳେ ପ୍ଥଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀମାନଙ୍କର ଉତ୍ସାହ ଆରପଟେ ଲୋକମାନଙ୍କର ଉତ୍ସାହ । 25 ବର୍ଷର ସ୍ଥିର ସରକାରରେ ଆସିଥିଲା ସ୍ଥାଣୁତା । ଦୁର୍ନୀତି, ପ୍ରିୟାପ୍ରତି ତୋଷଣ ଓ ଅଣଓଡିଆ ରାଜରେ ରୁନ୍ଧି ହୋଇଥିଲା ଓଡିଆ ଅସ୍ମିତା । ନୂଆ ପରିବର୍ତ୍ତନ ଆଣିଛି ନୂଆ ଉତ୍ସାହ ଓ ନୂଆ ଆଶା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ