ମୋହନଙ୍କ ଫୋକସରେ ଓଡ଼ିଆ ଅସ୍ମିତା
by Argus News
Wed, Jul 10 | 7:39 p.m.

ଭୁବନେଶ୍ୱର:  ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ପାଇଁ କ୍ୟାବିନେଟ ବୈଠକରେ ବିଜେପି ସରକାରର ବଡ଼ ନିଷ୍ପତ୍ତି । ଅସ୍ମିତା କର୍ପସ ଫଣ୍ଡରେ ୨୦୦ କୋଟି, ଆଗକୁ ଆହୁରି ବଢିବ । ପ୍ରତିଷ୍ଠା ହେବ ଓଡ଼ିଆ ଅନୁବାଦ ଏକାଡେମୀ, ବିଶ୍ଵସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ । ୨୫ ବର୍ଷ ସରକାରରେ ଅସ୍ମିତା ହୋଇଥିଲା ଅପମାନିତ । ମୋହନ ସରକାରରେ ଓଡ଼ିଆ ଅସ୍ମିତାକୁ ବଡ଼ ଆସନ । ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବିଜେଡି ଶାସନରେ ଓଡିଆ ଅସ୍ମିତାକୁ ବିଲୋପ କରିବା ପାଇଁ ଚାଲିଥିଲା ବଡ ଷଡଯନ୍ତ୍ର । ଯେଉଁଥିପାଇଁ ୨୪ ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କଲେ ଓଡିଶାବାସୀ । ବିଜେପିର ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତା ସୁରକ୍ଷାର ପ୍ରତିଶ୍ରୁତିକୁ ଭରସା କଲେ ଓଡିଆ ଲୋକ । ତେଣୁ ସରକାରକୁ ଆସିବାର ମୋସେ ନପୁରୁଣୁ ଓଡିଆ ଅସ୍ମିତାକୁ ଉଜ୍ଜିବିତ କରିବା ପାଇଁ କ୍ୟାବିନେଟ ବୈଠକରେ ବିଜେପି ସରକାର ନେଇଛି ବଡ ନିଷ୍ପତ୍ତି  । ଦ୍ଵିତୀୟ କ୍ୟାବିନେଟ ବୈଠକରେ ଓଡିଶାର କଳା, ସାହିତ୍ୟ, ସ୍ଥାପତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାରମ୍ଭିକ ଭାବେ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର । ଏହି ସ୍ଵତନ୍ତ୍ର ପାଣ୍ଠିରେ ବିଶେଷ କରି ଓଡିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାସହ ଓଡିଆ ଅନୁବାଦ ଏକାଡେମୀ, ବିଶ୍ଵସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।  ସେହିପରି କର୍ପସ ଫଣ୍ଡକୁ ବ୍ୟବହାର କରି ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଅନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ କରାଯିବ ।  ସେହିପରି କଳାକାର ଗୌରବ ନିଧି ଯୋଜନା, ଓଡିଶୀ ନୃତ୍ୟ ଓ ସଂଗୀତ ପ୍ରଶିକ୍ଷଣ ପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବେ ରାଜ୍ୟ ସରକାର । ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟରେ ଓଡିଆ ଚେୟାର  ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ଜିଲ୍ଲାସ୍ତରୀୟ  ଇ-ଲାଇବ୍ରେରୀର ସ୍ଥାପନ କରିବେ ସରକାର । ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଲାଗି ସ୍ଥିର କରାଯାଇଛି । ଏହା ସମ୍ପର୍କରେ ସବିଶେଷ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ବିଶେଷଜ୍ଞ ମାନଙ୍କୁ ନେଇ ଏକ କମିଟି ମଧ୍ୟ ରାଜ୍ୟ ସରକାର ଗଠନ କରିବେ । ଏହାସହ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ କର୍ପସ ଫଣ୍ଡ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 
 ଓଡିଆ ଭାଷା, ଭାବାବେଗ ଓ ସଂସ୍କୃତି ରସାତଳଗାମୀ କରିଥିଲା ବିଜେଡି ସରକାର । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଜଗନ୍ନାଥ ପ୍ରେମୀଙ୍କୁ  କରିଥିଲା ଆହତ... କୋଭିଡ୍ ସମୟରେ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର ।  ଏପରିକି ନିର୍ବାଚନ ପୂର୍ବରୁ ବିଜେଡିର ପ୍ରଚାର ପାଇଁ ଜଗନ୍ନାଥଙ୍କୁ ଗାଡିରେ ବସାଇ ଚାଉଳ ଆଦାୟ କରିବାକୁ ନାପସନ୍ଦ କରିଥିଲେ ଲୋକେ..  ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ଅହଙ୍କାରର ବଶବର୍ତ୍ତୀ ଥିଲା ବିଜେଡିର ଅଣ ଓଡ଼ିଆ ନେତୃତ୍ଵ । ଶ୍ରୀ ମନ୍ଦିର ଚାରି ଦ୍ଵାର ନଖୋଲିବାକୁ ଥିଲା ନଛୋଡବନ୍ଧା । ସୀମାରେ ସଂଙ୍କଟରେ  ଥିଲା ଓଡିଆ ଭାଷା..   ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମାନଙ୍କ ଭାଷା, ସଂସ୍କୃତି ସୁରକ୍ଷା ପାଇଁ  ସମ୍ପୂର୍ଣ୍ଣ ଉଦାସୀନ ଥିଲା ନବୀନ ସରକାର । ଏପରିକି ତତ୍କାଳନୀ ମୁଖ୍ୟମନ୍ତ୍ରୀ ନିଜେ ଇଂରାଜୀ ଅକ୍ଷରରେ ଓଡ଼ିଆ ଲେଖାକୁ ପଢି ଭାଷଣ ଦେଉଥିଲେ । ବହୁ ବିଳମ୍ବରେ ସତ୍ୟବାଦୀ ଠାରେ ଓଡିଆ ବିଶ୍ଵବିଦ୍ୟାଳୟ ସିନା ପ୍ରତିଷ୍ଠା ହେଲା କିନ୍ତୁ ନିୟମିତ ଅଧ୍ୟାପକ ଦେଇନଥିଲା ବିଜେଡି ସରକାର । ବରୁଣେଇ ପାଦ ଦେଶରେ ଐତିହାସିକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ଅର୍ଥ ମଞ୍ଜୁର କରିଥିଲେ ବି ଜାଗା ଦେଉନଥିଲେ ତତ୍କାଳୀନ ରାଜ୍ୟ ସରକାର ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

CM
now
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
8m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
10m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର