ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ
by Argus News
Fri, Nov 24 | 3:11 p.m.

ଅର୍ଗସ ବ୍ୟୁରୋ : ଗଞ୍ଜାମରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣା । ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ପିସିସିଏଫ୍ । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରି ଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖି ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ DFOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ । ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ, ନାଗ ସାପ ଭଳି ବିଷଧର ସାପର ଅନିଷ୍ଟ କଲେ ବା ସାପକୁ ଖରାପ କାମରେ ବ୍ୟବହାର କଲେ, ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ସାପ ଧରିବା ଲାଗି SOP ହୋଇଛି । ଯେଉଁମାନେ ସାପ ଧରିବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସ୍ବତନ୍ତ୍ର ପରିଚୟ ପତ୍ର ଦିଆଯାଉଛି । ଯେଉଁମାନଙ୍କର ଅଭିଜ୍ଞତା ନାହିଁ, ସେମାନେ ବିଷଧର ସାପ ଧରନ୍ତୁ ନାହିଁ ବୋଲି ଅପିଲ କଲେ ବନ୍ୟପ୍ରାଣୀ ପିସିସିଏଫ୍ ।

MO POLICE
13m ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରା
ରାଜନାଥ ସିଂ
17m ago
ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳ
MOOD OF VOTERS
34m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା