ଡ଼ାଇରିଆରେ ଆକ୍ରାନ୍ତ ହୋଇ ୧୮ ରୁ ଅଧିକ ଅନ୍ତେବାସୀ ମେଡିକାଲରେ ଭର୍ତ୍ତି
by Argus News
Wed, Jul 24 | 12:35 p.m.

ମୟୁରଭଞ୍ଜ : ହଷ୍ଟେଲରେ ବ୍ୟାପିଛି ଡ଼ାଇରିଆ। ଡ଼ାଇରିଆରେ ଆକ୍ରାନ୍ତ ହୋଇ ୧୮ ରୁ ଅଧିକ ଅନ୍ତେବାସୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ଏକ ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଛନ୍ତି। କପ୍ତିପଦା ଡାକ୍ତରଖାନା ପକ୍ଷରୁ ଏହି ୩ ଜଣିଆ ଟିମ କପ୍ତିପଦା ବ୍ଲକ ବଡ଼ ଖିଲାଡି ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ହଷ୍ଟେଲରେ ରହୁଥିବା ଅନ୍ତେବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହା ସହିତ ଜଳ ଓ ପରିମଳ ବିଭାଗର ଏକ ଟିମ ମଧ୍ୟ ସେଠାରେ ପହଞ୍ଚି ଡ଼ାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି। ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ସମସ୍ତ ପାନୀୟ ଜଳର ବ୍ୟବସ୍ଥାକୁ ଦେଖିବା ସହିତ କେଉଁଠି ଦୂଷିତ ପାନୀୟ ଜଳ ଛାତ୍ରୀମାନେ ପିଉଛନ୍ତି କି ନାହିଁ ତାହାର ଯାଞ୍ଚ କରୁଛନ୍ତି।

ଅଧିକ ପଢନ୍ତୁ : ପୁରୀର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ହଷ୍ଟେଲରେ ବ୍ୟବହାର କରାଯାଉଥିବା ପାଣିର ନମୁନା ମଧ୍ୟ ସଂଗ୍ରହ କରିବାକୁ ପରିମଳ ବିଭାଗର ଏକ ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଶେଷକରି ଦୂଷିତ ପାଣିରୁ ଏହି ଡ଼ାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଥିବା ବେଳେ ତାହାର ତନଖି କରାଯାଉଛି। ତେବେ ଗତକାଲି ସୁଧା ୧୮ ଜଣ ଅନ୍ତେବାସିନୀ ଡ଼ାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି, ଯାହାକି ୩ ରୁ ୪ ଜଣ ଅନ୍ତେବାସିନୀ ଆଜି ପୁଣି ଡ଼ାଇରିଆରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା