ଚନ୍ଦନଯାତ୍ରାରେ ଦୁର୍ଘଟଣା, ବାଣ ଫୁଟି ୩୦ରୁ ଉର୍ଦ୍ଧ୍ୱ ଆହତ
by Argus News
Thu, May 30 | 7:17 a.m.

ଅର୍ଗସ ବ୍ୟୁରୋ:  ପୁରୀ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନଯାତ୍ରାରେବଡ଼ ଦୁର୍ଘଟଣା । ମହାପ୍ରଭୁ ଚାପ ଖେଳିବା ବେଳେ ବାଣ ଫୁଟି 30ରୁ ଊର୍ଦ୍ଧ୍ବ ଲୋକ ଆହତ । ଚିକିତ୍ସାବେଳେ କଟକ ଏସିବିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମହାପ୍ରଭୁଙ୍କ ଭଉଁରୀ ଖେଳ ଅବସରରେ ବାଣ ବିସ୍ଫୋରଣ ଘଟି ପ୍ରାୟ 30ରୁ ଅଧିକ ଭକ୍ତ ଆହତ ହୋଇଥ । ତେବେ ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଏଯାବତ ସମ ହସ୍ପିଟାଲରେ ଦୁଇ ଜଣ, ସମ ଅଲଟିମେଟରେ 3 ଜଣ, ଏସସିବି ମେଡିକାଲରେ 6 ଜଣ, ଏମ୍ସ ହସ୍ପିଟାଲରେ ଜଣେ ଓ ହାଇଟେକ ହସ୍ପିଟାଲରେ 10 ଜଣ ଭର୍ତ୍ତି ହୋଇଛନ୍ତି |

କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ମୋଟ 28 ଜଣଙ୍କୁ  ସ୍ଥାନାନ୍ତର କରାଯାଇଥିଲା | ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି | ଟିମରେ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡା. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ଅନ୍ୟାନ୍ୟ ଡାକ୍ତର ନିୟୋଜିତ ରହିଛନ୍ତି । ଅଶ୍ବନୀ ହସ୍ପିଟାଲରେ 5ଟି ଆଇସିୟୁ ବେଡ଼ ଓ ଏସସିବିରେ 15ଟି ଆଇସିୟୁ ବେଡ଼ ପ୍ରସ୍ତୁତ ରଖାଯାଇଛି । ଆହତ ମାନଙ୍କ  ଚିକିତ୍ସା ଖର୍ଚ୍ଚ CMRFରୁ ବହନ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦୁର୍ଘଟଣା କିପରି ଘଟିଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ