କୁକୁର କାମୁଡିବାରେ ୩୦ରୁ ଅଧିକ ଲୋକ ଗୁରୁତର
by Argus News
Thu, Jul 18 | 7:37 a.m.

ଅର୍ଗସ ବ୍ୟୁରୋ:  ବାଲେଶ୍ୱରବାସୀଙ୍କୁ ଘାରିଛି କୁକୁର ଚିନ୍ତା। ସୁନହଟ ଅଞ୍ଚଳରେ ଲୋକଙ୍କୁ କୁକୁର କାମୁଡିବାରେ ୩୦ରୁ ଅଧିକ ଲୋକ ଗୁରୁତର ହେବା ପରେ ଏବେ ସହରବାସୀଙ୍କ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ କୁକୁରଙ୍କୁ ନେଇ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଦେଶରେ ଅଧିକ କୁକୁର ଥିବା ରାଜ୍ୟ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା। 2019 ସର୍ଭେ ରିପୋର୍ଟ ଅନୁସାରେ ବାଲେଶ୍ବର ଜିଲ୍ଲାରେ ୪୦ହଜାରରୁ ଅଧିକ କୁକୁର ରହୁଥିବା ବେଳେ ବାଲେଶ୍ବର ପୌର ପାଲିକାରେ ୬ହଜାରରୁ ୭ହଜାର କୁକୁର ଅଛନ୍ତି।

ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ତିନି ବର୍ଷ ପୂର୍ବେ ଆନିମାଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ବର ପୌର ପାଳିକାକୁ ୧୭ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟକ୍ରମରେ ଦିଆ ଯାଇଥିଲା। କିନ୍ତୁ ବାଲେଶ୍ବର ପୌରପାଳିକା କୁକୁର ବନ୍ଧ୍ୟା କରଣ ଗୃହ ତିଆରି କରି ଚୁପ୍ ବସି ଯାଇଛି। ଆଣ୍ଟି-ରାବିଶ ଦେବା ନିମନ୍ତେ ଏକ ଗାଡ଼ିର ମଧ୍ୟ ବ୍ୟବସ୍ଥା ସହ, ପଶୁଚିକିତ୍ସାଳୟରେ ଏକ ଗୃହ ମଧ୍ୟ ନିର୍ମାଣ ହୋଇଥିଲା। ଏହାସହ ପାରା ଡକ୍ଟର, କୁକୁର ଧରାଳି, ଡ୍ରାଇଭର ନିଯୁକ୍ତି ପାଇଁ ଯୋଜନା ହୋଇଥିଲା। କିନ୍ତୁ ଉଭୟ ବିଭାଗର ବିଫଳତା ଯୋଗୁଁ ଯୋଜନା ଫାଇଲରେ ସୀମିତ ରହିଗଲା। ଆଉ ପଶୁ ଚିକିତ୍ସାଳୟରେ ବନ୍ଧ୍ୟାକରଣ ଗୃହ ଏବେ ମଦୁଆଙ୍କ ପେଣ୍ଠ ସ୍ଥଳୀ ପାଲିଟିଛି।  ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଯାଏଁ ଜିଲ୍ଲାରେ ଆନିମାଲ ବାର୍ଥ  କଣ୍ଟ୍ରୋଲ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଦିନ କୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
12m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ