ଆଜିଠୁ ସକାଳୁଆ ସ୍କୁଲ
by Argus News
Tue, Jun 18 | 7:06 a.m.

ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ । ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦେଖି ଜିଲ୍ଲାପାଳମାନେ ନେଇଛନ୍ତି ନିଷ୍ପତ୍ତି।  ଆଜିଠୁ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର, ଅନୁଗୋଳ, କେନ୍ଦୁଝର, ରାୟଗଡ଼ା ଓ କଳାହାଣ୍ଡିରେ ସ୍କୁଲ ଖୋଲିଛି । 20 ଯାଏ ସକାଳୁଆ ସ୍କୁଲ କରିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ପାଗ ଅନୁକୂଳ ଥିବ, ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବ। ଆସନ୍ତା ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ଗଞ୍ଜାମ, ଭଦ୍ରକ, ବରଗଡ, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜରେ 20 ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ନୟାଗଡ଼ରେ ସବୁ ସ୍କୁଲ 20ରେ ଖୋଲିବ ଏବଂ 22 ଯାଏଁ ସକାଳୁଆ କ୍ଲାସ ହେବ । ସେହିପରି ବାଲେଶ୍ବରରେ ଆଜି ଦିନକ ପାଇଁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ହେବ । ଝାରସୁଗୁଡାରେ ମଧ୍ୟ ଆଜି ବିଦ୍ୟାଳୟଗୁଡିକ ବନ୍ଦ ରହିବ। ୧୯ ଓ ୨୦ ତାରିଖରେ ବିଦ୍ୟାଳୟଗୁଡିକ ସକାଳ ସାଢେ ୬ଟାରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ଖୋଲା ରହିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

CM
7m ago
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
15m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
16m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର