ପକୁଡ଼ି ପାଇଁ ଝିଅକୁ ହତ୍ୟା କଲା ମା'
by Argus News
Thu, May 23 | 6:26 p.m.

ନବରଙ୍ଗପୁର: ଝିଅ ଟିକିଏ ଅଧିକ ପକୁଡ଼ି ମାଗିବାରୁ ମା ରାଗିଯାଇ ଏକ ବାଉଁସ ବାଡି ସାହାଯ୍ୟ ରେ ଝିଅ ର ମୁଣ୍ଡ ରେ ଶକ୍ତ ପ୍ରହାର କରିଥିଲା । ଫଳରେ ଘଟଣା ସ୍ଥଳରେ ଝିଅ ର ମୃତ୍ୟୁ ଘଟିଥିଲା । ଝିଅର ମୃତ୍ୟୁ ହୋଇଥିବା ଜାଣିବା ପରେ ହତ୍ୟା ର ପ୍ରମାଣ ଲୁଚାଇବାକୁ ଯାଇ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା କରିଥିଲା ମା । ନିଜେ ଯାଇ ରାଇଘର ଥାନା ରେ ଝିଅ ଆତ୍ମହତ୍ୟା କରିଛି ବୋଲି ସୂଚନା ଦେଇଥିଲେ । ଖବର ପାଇବା ପରେ ରାଇଘର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଜଣେ ୯ ବର୍ଷ ର ଝିଅ ଓ ଚତୁର୍ଥ ଶ୍ରେଣୀ ଛାତ୍ରୀ କିଭଳି ଆତ୍ମହତ୍ୟା କରି ପାରିବ ସେ ନେଇ ପୋଲିସ ର ସନ୍ଦେହ ଜାତ ହୋଇଥିଲା ।

ପରେ ପରିବାର ଲୋକଙ୍କ ସହ ମୃତ ଝିଅ ର ସାନ ଭାଇ କୈଳାଶ କୁ ତଦନ୍ତ ପରିସର କୁ ଆଣି ଘଟଣା ସମ୍ପର୍କ ରେ ପଚାରିଥିଲା ପୋଲିସ । ଭାଇର ବୟାନ କୁ ଆଧାର କରି ପୋଲିସ   ସମ୍ପୂର୍ଣ ଘଟଣା ର ପର୍ଦ୍ଦାଫାସ କରିଛି । ସାନ ଭାଇ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କ ରେ କହିଛି କିପରି ତା ଭଉଣୀ କୁ ମାରିଛି ତା ମା।  ମା ହିଁ ଝିଅ ର ହତ୍ୟାକାରୀ ବୋଲି ଜାଣିବା ପରେ ହତ୍ୟାକାରୀ ମା କୁ ଗିରଫ କରିଛି ପୋଲିସ । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ର ଝୁନ୍ ଝୁନି ପାରାରେ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ତିହାର ଜେଲରୁ ମୁକୁଳି
ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ
ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତ
ଅନ୍ତର୍ଜାତୀୟ କ୍ରିକେଟର
ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ
ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲର
ଲୋକସଭାରେ ରାହୁଲ
ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା: ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍