ପୁଣି ଚର୍ଚ୍ଚାରେ ବିଜେଡି ନେତା ମୁନା ଖାନ୍‌ଙ୍କ ବୟାନ : ୫ ବର୍ଷ ପୂର୍ବରୁ କ୍ଷମତାକୁ ଫେରିପାରେ ବିଜେଡି
by Argus News
Mon, Nov 04 | 7:35 p.m.

ଅର୍ଗସ ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବୟାନ । ପୂର୍ବରୁ କହିଥିଲେ ବିଜେଡି ଲିଙ୍କ୍‌ରେ ଅଛନ୍ତି ୧୦ ରୁ ଅଧିକ ବିଜେପି ବିଧାୟକ । ଏବେ ପୁଣି କହିଲେଣି ୫ ବର୍ଷ ପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ କାଉଣ୍ଟର କରିଛନ୍ତି ଶାସକ ଦଳର ବିଧାୟକ ଜୟନାରାୟଣ ମିଶ୍ର । କହିଛନ୍ତି, ତାଙ୍କ ଦଳରୁ ନେତା ଛାଡି ଆମ ଦଳକୁ ଆସୁଛନ୍ତି । ବିଜେଡି ଆୟୁ ସରି ଆସୁଛି । 

୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନି ବିଜେଡି । ସେଇଥି ଲାଗି ତ ଜଣକ ପରେ ଜଣେ ନେତା କେମିତି ଶାସନକୁ ଫେରିବେ ସେନେଇ ପ୍ଲାନ କରୁଛନ୍ତି । କିନ୍ତୁ ବାସ୍ତବରେ ଏମିତି କିଛି ହେବନି । କାରଣ ରାଜ୍ୟରେ ବିଜେପିର ବହୁମତ ଅଛି । ଗତ ଅକ୍ଟୋବର ୩୦ରେ ବିଜେଡି ସାଂସଦ ମୁନା ଖାଁ ୧୪ ବିଜେପି ବିଧାୟକ ବିଜେଡି ଆସିବା ପ୍ରସଙ୍ଗରେ ଭାଷଣ ପରେ ଗତକାଲି ପୁଣି ଥରେ ମୁନା ଦମ୍ଭୋକ୍ତି ଦେଖାଇଛନ୍ତି । କହିଛନ୍ତି ବିଜେପିର ପ୍ରାର୍ଥୀ ନଥିଲେ । ତାଙ୍କ ଦଳରେ ଅଧିକାଂଶ ଲୋକ ଆମର । ବିଜେଡି ଯେପରି ରଣନୀତି କରୁଛି ତାହା ସଫଳ ହେଲେ ପାଞ୍ଚ ବର୍ଷ ପୂର୍ବରୁ ପୁଣି ଥରେ ସରକାରକୁ ଫେରିବ ବିଜେଡି । ସେପଟେ, ମୁନାଙ୍କ ଏହି ମନ୍ତବ୍ୟକୁ କଡା ସମାଲୋଚନା କରିଛି ବିଜେପି । ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ,୨୦୨୯ ଯାଏ ବିଜେଡି ଥିବ କି ନାହିଁ ସନ୍ଦେହ । ଚେଇଁକି ସ୍ୱପ୍ନ ଦେଖୁଛନ୍ତି ମୁନା । 

ନିୟମ ଅନୁସାରେ, ଦଳ ବଦଳ କଲେ  ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବ ତାହା ସମସ୍ତଙ୍କୁ ଜଣା । ତଥାପି ବିଜେଡି ନେତା ଏଭଳି କଥାକୁ କାହିଁକି ବାରମ୍ବାର କହୁଛନ୍ତି ? ରାଜନୈତିକ ସମୀକ୍ଷକଙ୍କ ମତ, ବିଜେପି ବିଧାୟକ ବିଜେଡି ଯିବା କଥାରେ ବାସ୍ତବତା ଆଦୌ ନାହିଁ । କେବଳ ଜଣକ ପରେ ଜଣେ ନେତା ଦଳ ଛାଡୁଥିବାରୁ କର୍ମୀ ଓ ନେତାଙ୍କୁ ବାନ୍ଧି ରଖିବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି ।

କଥା ହେଲା ରାଜ୍ୟରେ ଦୀର୍ଘବର୍ଷ ହେବ ଅର୍ଥାତ୍‌ ଲଗାତାର ୨୪ ବର୍ଷ ହେବ ବିଜେଡି ଶାସନ କରୁଥିଲା । ସମୟ କ୍ରମେ ନବୀନ ନେତାଙ୍କ ସହ କଥାବାର୍ତ୍ତା କଲେନି କି କିଛି ବୁଝିଲେନି । ଯାହାକୁ ନେଇ ନେତାଙ୍କ ମଧ୍ୟରେ ଚରମ ଅସନ୍ତୋଷ ଦେଖାଯିବା ସହିତ ଅନେକ ନେତା ଦଳ ଛାଡି ପଦ୍ମ ପୋଖରୀକୁ ଡିଆଁ ମାରିଲେ । ଟିକଟ ନେଲେ, ନିର୍ବାଚନରେ ବିଜୟ ବି ହେଲେ । କିନ୍ତୁ ଏହାକୁ ଗ୍ରହଣ କରିପାରିଲାନି ବିଜେଡି । ଆଉ ନିର୍ବାଚନରେ ଯେଉଁପରି ଭାବରେ ବିଜେଡି ହାରିଲା ତାହା ବିଜେଡି ନେତାଙ୍କ ହୋସ୍‌ ଉଡାଇଦେଲା । ଏବେ ପୁଣି ନବୀନଙ୍କ ସୁରକ୍ଷା ହ୍ରାସ ହୋଇଥିବାରୁ ଚିହିଁକି ଉଠିଛି ବିଜେଡି । ତେବେ ସମୟ କହିବ ଆଗାମୀ ଦିନରେ ରାଜନୈତିକ ପାଣିପାଗରେ କି ପରିବର୍ତ୍ତନ ହେଉଛି ।
 


 

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର