ଅର୍ଗସ ବ୍ୟୁରୋ: ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ଆକ୍ରମଣ ସମୟରେ ବ୍ୟବହୃତ ବାଇକ ଜବତ । ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ପଛପଟୁ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିବଙ୍କୁ ଏମ୍ସରେ ଭର୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା । କିଛି ମାସ ତଳେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଶିବ ଶ୍ରୀଚନ୍ଦନ । ଘଟଣାର ତଦନ୍ତ କରୁଛି ଏୟାରପୋର୍ଟ ଥାନା ପୋଲିସ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: