ଓ- ହବରେ ପହଞ୍ଚିଲେ MSME ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ 
by Argus News
Tue, Jul 09 | 1:41 p.m.

ଭୁବନେଶ୍ୱର: ଅର୍ଗସରେ ଖବର ପ୍ରସାରଣ ପରେ ଓ- ହବରେ ପହଞ୍ଚିଲେ MSME ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଅଫିସ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରୁଥିବା ସୂଚନା ମିଳିଛି । ଖୋଲୁଛି ଓ- ହବ କେଲେଙ୍କାରିର ଗୋଟିଏ ପରେ ଗୋଟିଏ ଗୁମର । ଓଡ଼ିଶା ଷ୍ଟାର୍ଟଅପ୍ ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଅଣଓଡ଼ିଆ ଅଫିସର । 

 

ଓ - ହବ ରେ ଓଡ଼ିଶା ଷ୍ଟାର୍ଟ ଅପଙ୍କ ନାଁ କୋଟି କୋଟି ଟଙ୍କା ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଥିଲା । ଏହାସହ ଅଣ ଓଡ଼ିଆ ଅଫିସରମାନେ ଓଡ଼ିଆ ଷ୍ଟାର୍ଟ ଅପ୍ ମାନଙ୍କୁ ଜାଗା ନଦେଇ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ଜାଗା ଦେଇଥିବା ନେଇ ଅଭିଯୋଗ ହୋଇଛି । 

କେବଳ ସେତିକି ନୁହେଁ ଅଧିକାଂଶ ଅଣଓଡ଼ିଆ ଷ୍ଟାର୍ଟ ଅପ୍ ମାନଙ୍କୁ ଅନୁଦାନ ଦେବା ସହ ଏହି ଅନୁଦାନ ଟଙ୍କାରୁ ବଡ ଧରଣର କିକ୍ ବ୍ୟାକ୍ ଅଫିସର ମାନେ ଖାଇଥିବା ନେଇ ଅଭିଯୋଗ ଥିବାବେଳେ ତମାମ ଦୁର୍ନିତୀକୁ ନେଇ ଖବର ପ୍ରସାରଣ କରିଥିଲା ଅର୍ଗସ୍ ନ୍ୟୁଜ । ତେବେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ କରିବା ପାଇଁ ଓ - ହବ ରେ ପହଂଚିଛନ୍ତି ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ।


 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା