ବିଜେଡିର ସ୍ଥିତି-‘ଖସି ଗଲା ଗୋଡ ତଳକୁ ତଳକୁ’ : ଡ.ମୁକେଶ ମହାଲିଙ୍ଗ
by Argus News
Mon, Feb 12 | 9:59 p.m.

ଅର୍ଗସ ବ୍ୟୁରୋ : ଆଜିର କ୍ୟାବିନେଟ୍ ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିର୍ବାଚନ ପରାଜୟର ଭୟକୁ ପ୍ରମାଣିତ କରୁଛି । ବିଜେଡିର ସ୍ଥିତି “ଖସି ଗଲା ଗୋଡ ତଳକୁ ତଳକୁ” । ସଦ୍ୟ ପ୍ରକାଶିତ ସର୍ଭେ ରିପୋର୍ଟ ଦେଖି ବିବ୍ରତ ବିଜୁ ଜନତା ଦଳ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଥିବାବେଳେ ନବୀନ ବାବୁ କେବଳ ବ୍ୟାଗ ଦେଇ ଭୋଟ ନେବା ପାଇଁ ଷଡଯନ୍ତ୍ର କରିଥିଲେ । 

ସାରା ଓଡ଼ିଶାରେ ଲୋକମାନେ ନବୀନ ବାବୁଙ୍କ ବ୍ୟାଗକୁ ପୋଡି ଦେବା ପରେ ନବୀନ ସରକାର ଭୟଭୀତ ହୋଇ ଏବେ ବ୍ୟାଗ ସହ ୧ହଜାର ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି । ନବୀନ ବାବୁଙ୍କ ଏହି ଚତୁରତା ତାଙ୍କ ଲୋକପ୍ରିୟତା ହ୍ରାସର ଓ ନିର୍ବାଚନ ଆସନ୍ନ ପରାଜୟର ଭୟକୁ ପ୍ରମାଣିତ କରୁଛି । ଏହି ୧ହଜାର ଟଙ୍କା ପ୍ରତିମାସ ଦେବେ କି ? କେବଳ ଥରେ ଦେଇ ଲୋକଙ୍କ ଭୋଟକୁ ନେବା ପାଇଁ ନବୀନ ବାବୁ ଯାହା ଭାବିଛନ୍ତି, ତାହା ସଫଳ ହେବ ନାହିଁ । ୨୦୨୪ ନିର୍ବାଚନରେ ଲୋକମାନେ ଉଚିତ ଜବାବ ଦେବେ ବୋଲି ବିଧାୟକ ତଥା ରାଜ୍ୟ ମୁଖପାତ୍ର ଡ. ମୁକେଶ ମହାଲିଙ୍ଗ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ନିର୍ବାଚନର ଠିକ୍ ପୂର୍ବରୁ ଯୁବକଯୁବତୀମାନଙ୍କୁ ଋଣ ଦେବା କଥା କହି ଆତ୍ମନିଯୁକ୍ତି ସୃଷ୍ଟି କରିବାର ସ୍ୱପ୍ନ ଦେଖାଉଛନ୍ତି । ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ଚାକିରି ଓ ଆତ୍ମନିଯୁକ୍ତି ଦରକାର, ଋଣ ଜାଲର ଫାସ ନୁହେଁ । ଏହାବାଦ୍‌, ଋଣ ତ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଦେବ, ନବୀନ ବାବୁଙ୍କ ସରକାରର ଭୂମିକା କିଛି ନାହିଁ । ଆଗରୁ ସରକାରଙ୍କ ବିଭିନ୍ନ ଋଣ ଯୋଜନା ଯଥା-ମୋ ଘର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସ୍କୁଟି ଯୋଗାଇବା ଆଦି ଯୋଜନା ସବୁ ବିଫଳ ହୋଇସାରିଛି ବୋଲି ଡ.ମହାଲିଙ୍ଗ କହିଛନ୍ତି । 

   

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021