ପ୍ରଶ୍ନ ପଚାରି ଫଶିଗଲେ ନିରଞ୍ଜନ
by Argus News
Fri, Jul 26 | 8:22 p.m.

ଅର୍ଗସ ବ୍ୟୁରୋ : ବିଧାନସଭାରେ ସରକାରକୁ ଘେରିବାକୁ ପ୍ଲାନ କରୁ କରୁ ଫ୍ଲପ ହୋଇଗଲେ ନିରଞ୍ଜନ ପୂଜାରୀ । ପ୍ରଶ୍ନ ସମ୍ପର୍କରେ ନିଜେ ଠିକ୍ ଉତ୍ତର ଜାଣିଥିବା ପରେ ବି ମନ୍ତ୍ରୀଙ୍କୁ ହରଡଘଣାରେ ପକାଇବାକୁ ଚେଷ୍ଟା କରିଥିଲେ । ହେଲେ ମନ୍ତ୍ରୀ ଯେଉଁ ପୋଲ ଖୋଲିଦେଲେ ତାହା ସ୍ପଷ୍ଟ କରିଦେଲା କି ପୂର୍ବ ସରକାରର ଜାବତ୍ୟ ଭୁଲ ଲାଗି ବିକାଶ ଯେମିତି ହେବାର କଥା ସେମିତି ହୋଇନି ।

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ବିଜେପି ସରକାରକୁ ପ୍ରଶ୍ନ କରି ଫସିଯାଇଛନ୍ତି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାର ପୋଲ ଖୋଲିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଉଦଘାଟନ କରାଯାଇଥିଲା । ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ଯେଉଁ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି ତାହା ଠିକ ନୁହେଁ । ବାସ୍‌ ମନ୍ତ୍ରୀଙ୍କ ଏମିତି ରୋକଠୋକ ଉତ୍ତରରେ ସତେ ଯେମିତି ଶାସକ ଦଳ ବିଧାୟକଙ୍କ ମୁହଁ ଝାଉଁଳି ପଡିଥିଲା ।

ମୋଟ୍‌ ଉପରେ ଲୋୟର ସୁକତେଲକୁ ନେଇ ବିଜେଡି ରାଜନୀତି କରୁଥିଲା । ନିର୍ବାଚନି ବର୍ଷ ହୋଇଥିବାରୁ ପ୍ରକଳ୍ପ ପରେ ପ୍ରକଳ୍ପ ଘୋଷଣା କରିଥିଲା ବିଜେଡି ସରକାର । ହେଲେ ବାସ୍ତବତା କେତେ ଅଛି ତାହାକୁ ଖୋଦ ସଭାରେ ଦେଖାଇଥିଲେ ବଲାଙ୍ଗିରର ତତ୍କାଳୀନ ବିଧାୟକ ନରସିଂହ ମିଶ୍ର । ପ୍ରକଳ୍ପ ଯଦି ସରିଛି ତେବେ ସ୍ଵିଚ୍‌ ଚିପିଲେ ପାଣି ଘଳଘଳ ହୋଇକି ପାଣି ବାହାରିବ ବୋଲି ନରସିଂହ କହିବା ସହ ଯଦି ପାଣି ନବାହିରବ ଲୋକ ମୁହଁରେ କଳା ବୋଳି ଦେବେ ବୋଲି କହିବାକୁ ପଛାଇ ନଥିଲେ ।

୧୯୯୮ରେ ସୁକତେଲ ପାଇଁ ମିଳିଥିଲା ମଞ୍ଜୁରୀ । ୧୯୯୯ ରେ ଶୁଭ ଦେବାର ଥିଲା । ହେଲା ନିର୍ବାଚନ ଘୋଷଣା ହେବାରୁ କାମ ଘୁଞ୍ଚିଯାଇଥିଲା । ହେଲେ ଆଜକୁ ୨୪ ବର୍ଷ ହେଇଗଲା ,ପ୍ରକଳ୍ପ ସଂପୂର୍ଣ୍ଣ ହେଲାନି । କିନ୍ତୁ ଦୁର୍ଭାଗ୍ୟର କଥା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ତରତର ହୋଇ ଉଦଘାଟନ କରିଥିଲେ ନବୀନ ବାବୁ । ଖାଲି ଏତିକି ନୁହେଁ ବରଂ ୨୦୦୬ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ କରାଯିବ । ୫ ବର୍ଷ ଭିତରେ ଅର୍ଥାତ୍‌ ୨୦୧୧ ସୁଦ୍ଧା ସବୁ ଜମିକୁ ପାଣି ମାଡିବାର କଥା । ହେଲେ ଆଜି ଯାଏ ସବୁ ବ୍ଲକକୁ ପାଣି ଗଲା ନାହିଁ । ପ୍ରକଳ୍ପ ଯୋଗୁଁ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୩ଟି ଗାଁ ଆଂଶିକ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୧୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ହେଲେ ନିଜ ସରକାରର ପାପ ଲୁଚାଇବାକୁ ନିରଞ୍ଜନ ଚେଷ୍ଟା କରିବା ପରେ ଗୃହରେ କିନ୍ତୁ ପୋଲ ଖୋଲିଦେଇଛନ୍ତି ମନ୍ତ୍ରୀ ଯାହାକୁ ନେଇ ଚର୍ଚ୍ଚା ଜୋର ।
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା