ରାଜ୍ୟରେ ହତ୍ୟାଜନିତ ମାମଲା ଏବଂ ମହିଳା ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇଛି
by Argus News
Mon, Dec 04 | 5:04 p.m.

ଅର୍ଗସ ବ୍ୟୁରୋ: ନ୍ୟାସନାଲ୍ କ୍ରାଇମରେକର୍ଡ ବ୍ୟୁରୋର ପ୍ରକାଶିତ ୨୦୨୨ ରିପୋର୍ଟରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ନ ଥିଲା ଭଳି ଲାଗୁଛି। ସେହିପରି ହତ୍ୟା ଜନିତ ମାମଲା, ଅସଦାଚରଣ ମାମଲା ଏବଂ ଶିଶୁ ବିରୋଧୀ ଅପରାଧ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କଣ କରୁଛି ରାଜ୍ୟରେ ବିଜେଡି ସରକାର ବୋଲି ବିଜେପି ପ୍ରଶ୍ନ କରିଛି। 

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ
୨୦୨୧ ତୁଳନାରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ବଢ଼ିଥିବା ବେଳେ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି । 
ତେବେ ଚିନ୍ତା ବଢ଼ାଇଛି ଅର୍ଥନୈତିକ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ । 
୨୦୨୧ ତୁଳନାରେ ୨୦୨୨ରେ ଦେଶରେ ସାଇବର ଅପରାଧ ୨୪.୪% ବଢ଼ିଥିବା ବେଳେ ଅର୍ଥନୈତିକ ଅପରାଧ ୧୧.୧%, ଦୁର୍ନୀତି ୧୦.୫% ବଢ଼ିଛି । 
- ଓଡ଼ିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି । 
ସେହିପରି ୨୦୨୨ରେ ରାଜ୍ୟରେ ୧ ହଜାର ୩୭୯ ହତ୍ୟା ମାମଲାରେ ୧ ହଜାର ୪୦୨ ଜଣଙ୍କର ମୃତ୍ୟୁ ହୋଇଛି ।
 NCRB ରିପୋର୍ଟ କହୁଛି, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । 
- ଏହି ସମୟରେ ଯୌତୁକ ଜନିତ ୨୬୩ ମାମଲା ହୋଇଛି ।
- ମହିଳା ଅସଦାଚରଣରେ ଦେଶରେ ୪ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । 
୨୦୨୨ରେ ରାଜ୍ୟରେ ୭ ହଜାର ୩୨୭ଟି ମହିଳା ଅସଦାଚରଣ ମାମଲା ହୋଇଛି । 
- ଯଦିଓ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ କମିଛି, ତଥାପି ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା । 
୨୦୨୧ରେ ରାଜ୍ୟରେ ୩୧ ହଜାର ୩୫୨ ମହିଳା ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହା ୨୩ ହଜାର ୬୪୮କୁ ଖସି ଆସିଛି । 
- ୨୦୨୨ରେ ରାଜ୍ୟରେ ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଚତୁର୍ଥ ସର୍ବାଧିକ । 
- ରାଜ୍ୟରେ ବଢ଼ୁଛି ଶିଶୁ ବିରୋଧୀ ଅପରାଧ । 
୨୦୨୧ରେ ରାଜ୍ୟରେ ୭ ହଜାର ୮୯୯ଟି ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ ହଜାର ୨୪୦ରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ ଅପରାଧ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ