ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ
by Argus News
Sun, Dec 10 | 1:39 p.m.

ରାୟଗଡା: ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲା ଭାଇ।  ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ  । ଗାଁରେ କାମଧନ୍ଦା ନ ମିଳିବାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ମୁକାପଦର ଗାଁର ଦୁଇ ଭାଇ ଦାଦନ ଖଟିବାକୁ ବିଶାଖାପାଟଣାର ପଲମାନ ପେଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ମାଲିକ ଓ କଣ୍ଟ୍ରାକ୍ଟର ସେମାନଙ୍କୁ ଦରମା ନ ଦେବା ସହିତ ଖାଇବାକୁ ମଧ୍ୟ ଦେଉନଥିଲେ ।

ଫଳରେ ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନେ ରାୟଗଡ଼ା ଫେରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ମୃତକ କୃଷ୍ଣ ମାଝୀଙ୍କ ପୁଅ ରଙ୍ଗା ମାଝୀ । ରଙ୍ଗାଙ୍କ ବଡ଼ବାପା ପୁଅ ମହେଶ୍ବର ମାଝୀ ଗୁରୁତର ଅବସ୍ଥାରେ ଅଛନ୍ତି । ପରିବାର ଲୋକଙ୍କ କହିବା କଥା, ଜିଲ୍ଲାରେ କଂପାନୀ ଥିଲେ ବି ପୁଅ ମାନଙ୍କୁ କାମ ମିଳୁନି । କଂପାନି ପାଇଁ ଜମି ବି ଯାଇଛି । ହେଲେ ପେଟ ପାଇଁ ଦାଦନ ଖଟିବାକୁ ଯାଉଛଛନ୍ତି ପିଲାଏ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ