ଶିକ୍ଷା ପ୍ରକଳ୍ପ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୁର୍ନୀତିର ତଦନ୍ତ କରିବାକୁ କମିଟି ଗଠନ
by Argus News
Tue, Feb 20 | 5:31 p.m.

ଅର୍ଗସ ବ୍ୟୁରୋ : ଦୁର୍ନୀତିର ତଦନ୍ତ କରିବାକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତଥ୍ୟ ଅନୁସନ୍ଧାନକାରୀ କମିଟିର ହେଲା ଗଠନ । ନବରଙ୍ଗପୁର ଜିଲ୍ଲାରେ ଉପ-ଜିଲ୍ଲାପଳଙ୍କ ଦୁର୍ନୀତି ସାରା ରାଜ୍ୟକୁ ଚକିତ କରିଛି । ଯାହାକୁ ନେଇ ନବରଙ୍ଗପୁର ପ୍ରାଥମିକ ଶିକ୍ଷା କାର୍ଯ୍ୟାଳୟ ଓ ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ସଂପର୍କରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ନିକଟରେ ବହୁ ଅଭିଯୋଗ ପହଁଚିଥିଲା । ପରେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି ।

ଜିଲ୍ଲାର ବିଭିନ୍ନ ବ୍ଲକରେ ଏଜେଣ୍ଟ ନିଯୁକ୍ତ କରାଯାଇ ବଦଳି, ପ୍ରମୋସନ, ପେନସନ୍ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅର୍ଥକୁ ବାଟ ମାରଣା କରାଯାଉଅଛି । ଏହି ସଂପର୍କରେ ଗତ ଚାରି ମାସ ତଳେ ଜିଲ୍ଲାପାଳଙ୍କ ନିକଟରେ ୟୁନିଫର୍ମ କିଣାରେ ବ୍ୟାପକ ଦୁର୍ନୀତି ସଂପର୍କରେ ତଦନ୍ତ କରିବାକୁ ଦାବିପତ୍ର ଦିଆଯାଇଥିଲା । ନିର୍ଦ୍ଧିଷ୍ଟ ଏକ ସଂସ୍ଥା ଠାରୁ ବ୍ୟାପକ ମାତ୍ରାରେ ନିମ୍ନମାନର ସ୍କୁଲ ୟୁନିଫର୍ମ କିଣି ଦୁର୍ନୀତି କରାଯାଇଥିବା କଥା ସଂଗଠନ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । 

ଡେପୁଟେସନରେ ଶିକ୍ଷକମାନଙ୍କୁ ବଦଳି କରିବା ପାଇଁ ପ୍ରତ୍ୟେକ ଶିକ୍ଷକ ପିଛା ୩୦ ହଜାର ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀ ଆଦାୟ କରୁଥିବା କଥା ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ନିକଟରେ ଅଭିଯୋଗ କରାଯାଇଛି । ପ୍ରାଥମିକ ଶିକ୍ଷାକୁ ବିପର୍ଯ୍ୟସ୍ତ କରି ଶିକ୍ଷକମାନଙ୍କ ଠାରୁ ବିଭିନ୍ନ ବ୍ଲକରେ ଥିବା ଏଜେଣ୍ଟମାନଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଅଧିକାରୀ ଅର୍ଥ ସଂଗ୍ରହ କରୁଛନ୍ତି । ଏ ସଂପର୍କରେ ତଦନ୍ତ କରିବା ପାଇଁ ଏକ ତଥ୍ୟ ଅନୁସନ୍ଧନକାରୀ କମିଟି ଗଠନ କରାଯାଇଥିବା କଥା ସଂଘର ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି ତଥ୍ୟ ଅନୁସନ୍ଧାନକାରୀ କମିଟିରେ ଆବାହକ ରୂପେ ନରବରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା କୋରାପୁଟ ଜଲ୍ଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନର ସଭାପତି ଅଶୋକ ମିଶ୍ର ରାଜ୍ୟ ଶିକ୍ଷକ ନେତା ତଥା ରାଜ୍ୟ ସଂପାଦକ- ଶ୍ୟାମ ସୁନ୍ଦର ପଣ୍ଡା, କଳାହାଣ୍ଡି ଜିଲ୍ଲାର ସଭାପତି ତଥା ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବ୍ ଯୋଶୀ ଓ ନବରଙ୍ଗପୁର ଜିଲ୍ଲା ଆବାହକ ସାମ୍ବାଦିକ ଈଶ୍ୱର ରାଓଙ୍କୁ ଏହି ତଥ୍ୟ ଅନୁସନ୍ଧାନକାରୀ କମିଟିରେ ସାମିଲ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ତଥ୍ୟ ଅନୁସନ୍ଧାନକାରୀ କମିଟି ଖୁବ୍ ଶୀଘ୍ର ନବରଙ୍ଗପୁର ଗ୍ରସ୍ତ କରି ଏ ସଂପର୍କରେ ଶିକ୍ଷକ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନ ଠାରୁ ତଥ୍ୟ ସଂଗ୍ରହ କରି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯିବ । ତଥ୍ୟ ଅନୁସନ୍ଧାନକାରୀ କମିଟି ମାର୍ଚ୍ଚ ପ୍ରଥମ ସପ୍ତାହରେ ଗ୍ରସ୍ତ କରିବେ ଓ ଗ୍ରସ୍ତ ପୂର୍ବରୁ ସମସ୍ତଙ୍କୁ ଏ ସଂପର୍କରେ ଜଣାଇ ଦିଆଯିବ ବୋଲି ଆବାହକ ଶ୍ରୀ ନନ୍ଦ ଏକ ପ୍ରେସ୍ ବିବୃତ୍ତି ପ୍ରକାଶ କରିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ