ନେତାଙ୍କୁ ନଡ୍ଡା ଟାସ୍କ : କେତେ ସକ୍ରିୟ ଅଛନ୍ତି ବିଧାୟକ ଓ ସାଂସଦ ?
by Argus News
Fri, Sep 27 | 7:18 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସି ନେତାଙ୍କୁ ଟାସ୍କ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଖାଲି ଟାସ୍କ ଦେଲେ ତାହା ନୁହେଁ ବରଂ କେମିତି ଲୋକଙ୍କ ସହ ଯୋଡି ହୋଇ ରହିବ ? କେମିତି ସୋସିଆଲ ମିଡିଆରେ ସକ୍ରିୟ ରହିବେ ସେନେଇ ବି ଦେଲେ ଗୁରୁମନ୍ତ୍ର । ଓଡ଼ିଶାରେ ନିର୍ବାଚନ ଜିତିବା ପରେ ପୁଣି ଥରେ ଆଗାମୀ ନିର୍ବାଚନରେ ବିଜେପି କେମିତି ବିଜୟ ହେବ ସେନେଇ ବି ବାଟ ବତାଇଦେଲେ ନଡ୍ଡା । ଏହାସହ ଦଳର ବିଧାୟକ ଓ ସାଂସଦଙ୍କୁ ବି ହୋମ୍‌ ୱାର୍କ ଦେଇଛନ୍ତି ।  ଖାଲି ଏତିକି ନୁହେଁ ବରଂ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ନିର୍ବାଚନରେ ବିଜେପି ବିଜୟ ହେବା ପରେ ଏବେ କେନ୍ଦ୍ରୀୟ ନେତା ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେମିତି ସରକାର ଭଲରେ କାମ କରିବ ସେନେଇ ବି ଆଲୋଚନା ହେଉଛି । ହେଲେ ଗତକାଲି ନଡ୍ଡା ଆସିବା ପରେ କର୍ମୀଙ୍କୁ ଯେଉଁପରି ଟାସ୍କ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । କାରଣ ନିଇତି କିଛି ଲୋକଙ୍କ ପାଖକୁ ଯାଇ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନଡ୍ଡା । 

ନିଜ ଭିତରେ ଦକ୍ଷତା ବଢାଇବାର ଆହ୍ୱାନ ଦେଇ ବିଧାୟକଙ୍କୁ ଶକ୍ତି କେନ୍ଦ୍ର ଓ ସାଂସଦମାନଙ୍କୁ ନିୟମିତ ମଣ୍ଡଳକୁ ଯିବାକୁ ଟାସ୍କ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରତିଦିନ ରୁଟିନ ତିଆରି କରି କାମ କରିବାକୁ ପରାମର୍ଶ ଦେବା ସହିତ ସବୁ ବର୍ଗର ଲୋକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବାକୁ ସେ ପରାମର୍ଶ ବି ଦେଇଛନ୍ତି । ଏହାସହ ଦଳର ବିଧାୟକ ଓ ସାଂସଦଙ୍କ ସୋସିଆଲ ମିଡିଆ ଉପରେ ନଜର ରହିବା ସହିତ କିଏ କେତେ ସୋସିଆଲ ମିଡିଆରେ ସକ୍ରିୟ ତାହା ଉପରେ ବି ନଜର ରହିଛି ଏବଂ ଅଡିଟ୍‌ ରିପୋର୍ଟ ତିଆରି ହୋଇଛି ।

ସେପଟେ, ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଇଥିଲେ ଜେ.ପି. ନଡ୍ଡା । ଏହି ଅବସରରେ କହିଥିଲେ ବିଜେପି ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଓ ବିଚାରଧାରାରର ଦଳ । ବୁଥ୍ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ଚୟନ ନିର୍ବାଚନ ଆଧାରରେ ହୁଏ । ବିଜେପିରେ ନେତାଙ୍କ ପୁଅ ନେତା ହୁଏନି । କଂଗ୍ରେସକୁ ଟାର୍ଗେଟ କରିବାକୁ ବି ଭୁଲିନଥିଲେ ନଡ୍ଡା । କହିଥିଲେ ଦେଶର ସବୁଠୁ ପୁରୁଣା ଦଳ ଏବେ ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି । ଧାରା ୩୭୦ ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଳାଉଛି କଂଗ୍ରେସ । ଏ କେମିତି ବିଚାରଧାରା ବୋଲି ପ୍ରଶ୍ନ କରି, କଂଗ୍ରେସ ଅମଳରେ ମୁଦ୍ରାସ୍ପୀତି ୨ ଅଙ୍କ ତଳକୁ ଖସୁ ନଥିଲା ବେଳେ ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି ବୋଲି କହିଛନ୍ତି ।

ମୋଟ୍‌ ଉପରେ ନିର୍ବାଚନ ପୂର୍ବରୁ ବି ବାରମ୍ବାର ଓଡ଼ିଶା ଗସ୍ତରେ ଆସିଥିଲେ ଜେପି ନଡ୍ଡା । ଖାଲି ଆସିଥିଲେ ତାହା ନୁହେଁ ବରଂ କେମିତି ନିର୍ବାଚନ ବୈତରଣୀ ପାର ହେବ ଦଳ ସେନେଇ ଗୁରୁମନ୍ତ୍ର ଦେଇଥିଲେ । ଏବେ ସରକାର ଆସିବା ପରେ ବି ଓଡ଼ିଶା ଗସ୍ତରେ ଆସି ନଡ୍ଡା ଯେଉଁପରି ଦଳର କାମକୁ ତଦାରଖ କରୁଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

ELECTIONS
7m ago
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25
ODISHA CONCLAVE
11m ago
ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଲୋଗୋର ନାମ ହେଉଛି ଉତ୍କର୍ଷ ଓଡିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
GOVERNMENT
16m ago
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍