ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ
by Argus News
Sat, Sep 28 | 7:31 a.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟମାନଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ବଡ଼ ସୂଚନା...ସରକାର କି ପ୍ରଶାସନ ନୁହେଁ, ଅଧ୍ୟାପକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍...ରାଜ୍ୟର ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟ  ଯୋଗ ଦେଇଥିଲେ। ରାଜ୍ୟର ବିଶ୍ବବିଦ୍ୟାଳୟ ଗୁ଼ଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ କେମିତି ପୂରଣ କରାଯିବ  ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି, 2020ରେ ବିଜେଡି ସରକାର ଆଣିଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ ଫଳରେ ବିଶ୍ବବିଦ୍ୟାଳୟ ଗୁଡ଼ିକର ସ୍ବାୟତ୍ତତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିରେ ସୁଧାର ଆଣିବେ ବିଜେପି ସରକାର। ୟୁଜିସି ନିୟମାବଳୀକୁ ଆଧାର କରି, ଶିକ୍ଷାବିତଙ୍କ ପରାମର୍ଶକୁ ଗ୍ରହଣ କରି ଏମିତି ଏକ ନୀତି ନିର୍ଧାରିତ କରାଯିବ ଯାହା ଫଳରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍ ହୋଇପାରିବ। ଅଧ୍ୟାପକ ନିଯୁକ୍ତ କରିବାର କ୍ଷମତା କୌଣସି ପ୍ରଶାସକଙ୍କ ହାତରେ ରହିବ ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍
ISRAEL
ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ
ଅର୍ଗସ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6
ELECTIONS
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25