ଓଡ଼ିଶାରେ ତିଆରି ହେବ ନ୍ୟାସନାଲ ୱାଟର ୱେ -୫
by Argus News
Sun, Oct 20 | 9:43 a.m.

ଅର୍ଗସ ବ୍ୟୁରୋ: ତାଳଚେର ସହ ଜଳପଥରେ ଯୋଡ଼ି ହେବେ ଧାମରା ଓ ପାରାଦୀପ ବନ୍ଦର । ଓଡ଼ିଶାରେ ତିଆରି ହେବ ନ୍ୟାସନାଲ ୱାଟର ୱେ -୫ । ବ୍ରାହ୍ମଣୀ ନଦୀରେ ୱାଟର ୱେ ପାଇଁ ହେଉଛି ମାଷ୍ଟର ପ୍ଲାନ୍ । ପରବର୍ତ୍ତୀ ସମୟରେ ଧାମରାରୁ ହଳଦିଆକୁ ସଂଯୋଗ କରିବାକୁ ଲକ୍ଷ୍ୟ

କୋଇଲା ନଗରୀ ତାଳଚେର ସହ ଜଳପଥରେ ଯୋଡ଼ି ହେବେ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ଧାମରା ଓ ପାରାଦୀପ । ଓଡ଼ିଶାରେ ନ୍ୟାସନାଲ ୱାଟର ୱେ -୫ର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ ଇଣ୍ଡିଆ ସହ ମିଶି କାମ କରୁଛନ୍ତି ରାଜ୍ୟ ସରକାର । ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛି ଆଇଆଇଟି ମାଡ୍ରାସ୍। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଅନ୍ତର୍ଦେଶୀୟ ଜଳପଥରେ ଗ୍ରୀନ୍ ଟେକ୍ନୋଲଜି ବ୍ୟବହାର ସମ୍ପର୍କିତ କର୍ମଶାଳାରେ ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ-୫ରେ ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡ଼ି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ଜଳ ପଥରେ ଯୋଡ଼ିବାକୁ ଯୋଜନା ହୋଇଛି । ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ଵାରା ଜଳପଥରେ ଦକ୍ଷ ଉପାୟରେ ଏକକାଳୀନ ଅଧିକ ମାଲ ପରିବହନ ସମ୍ଭବ ହୋଇପାରିବ ।

ନ୍ୟାସନାଲ୍ ୱାଟର ୱେ–୫ କାର୍ଯ୍ୟକ୍ଷମ ହେଲେ ଭଦ୍ରକ ଜିଲ୍ଲା ବହୁ ଅଞ୍ଚଳବାସୀଙ୍କ ଜୀବନ ଜୀବୀକାରେ ଆସିବ ଉନ୍ନତି। ପୂର୍ବରୁ ଧାମରା  ବନ୍ଦର ଦ୍ଵାରା କେବଳ କିଛି ମତ୍ସ୍ୟଜୀବୀ ଉପକୃତ ହେଉଥିଲେ, କିନ୍ତୁ ବନ୍ଦର ହେବା ଫଳରେ ଜଳପଥରେ ରପ୍ତାନୀ ଓ ଆମଦାନୀ ହେଲା। ଏବେ ଧାମରାରେ ରେଳପଥରେ ଅନ୍ତଃ ରାଜ୍ୟ କୋଇଲା କାରବାର ସହ ଏଲଏନଜି ଗ୍ୟାସ୍ ଟର୍ମିନାଲ କାର୍ଯ୍ୟକ୍ଷମ ଆରମ୍ଭ ହୋଇଛି । ଏୟାର ପୋର୍ଟ ନିର୍ମାଣାଧୀନ ରହିଛି । ନ୍ୟାସନାଲ୍ ୱାଟର ୱେ–୫କୁ ସବୁ ମହଲରୁ ସ୍ଵାଗତ କରାଯାଇଛି। 

 ଅଧିକ ପଢନ୍ତୁ ଓଡ଼ିଶା ଖବର...

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା