ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହାନତା
by Argus News
Tue, Jul 02 | 7:45 p.m.

ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ  ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ର ବି ଦାବି କୁ ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସଚିବ ଙ୍କୁ ତୁରନ୍ତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । ସଚିବଙ୍କୁ କହୁଯାଇଛି ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲ ର ଖୋଲିବା ଆବଶ୍ୟକତା ଅଛି ତାହାର ରିପୋର୍ଟ ପ୍ରସ୍ତୁତ କର । ତେବେ ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାର ରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ କହିଛନ୍ତି ମନ୍ତ୍ରୀ । ସେପଟେ ଏ ନିଷ୍ପତ୍ତିକୁ ଖୋଦ୍ ବିଜେଡି ଓ କଂଗ୍ରେସ ବି କରିଛନ୍ତି ସ୍ବାଗତ।

ସେପଟେ ସରକାରଙ୍କ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଠୁ ନେଇ ପିଲା ମନାଙ୍କ ମଧ୍ୟରେ ଦେଖାଦେଇଛି ଖୁସିର ଲହର । ଦେଖନ୍ତୁ ଇଏ ହେଉଛି ବୋରିଗୁମା ବ୍ଲକ୍ ରାଣିଗଡ ପ୍ରଥାମିକ ବିଦ୍ୟାଳୟର ଦୃଶ୍ୟ । 1992 ମସିହାରେ ନିର୍ମାଣ ହୋଇଥିବା ଏହି ସ୍କୁଲ କୁ ଦୁଇ ବର୍ଷ ତଳୁ ବନ୍ଦ କରିଦିଆଯିବା ଦ୍ବାରା ପିଲାମାନଙ୍କୁ 8 କିଲୋମିଟର ବଣ ପାହାଡ ଅତିକ୍ରମ କରି ଅନ୍ୟ ସ୍କୁଲକୁ ଯିବାକୁ ପଡୁଛି । ସେହିପରି ପାଲଲହଡା ର ନୂଆ ସିଡିଙ୍ଗ ପ୍ରଥାମିକ ବିଦ୍ୟାଳୟରେ ବି ସମାନ ସ୍ଥିତି । ତେବେ ନୂଆ ସରକାର ଏହି ପରି ସ୍କୁଲ ଖୋଲିବାକୁ ଘୋଷଣା କରିବା ପରେ ସବୁଠି ଖୁସିର ଲହର ଦେଖିବାକୁ ମିଳିଛି ।

2020 ମସିହାରେ ବିଜେଡି ସରକାର ରାଜ୍ୟର 7 ହଜାର 478 ସ୍କୁଲ କୁ ସବୁଦିନ ପାଇଁ ବନ୍ଦ କରି ଦେଇଥିଲେ । ଗଜପତି ଜିଲ୍ଲାରେ 604 ସ୍କୁଲ ବନ୍ଦ ହୋଇଥିବା ବେଳେ କଟକରେ 529, ଗଞ୍ଜାମରେ 493, କନ୍ଧମାଳରେ 460 ଓ କୋରାପୁଟରେ 425 ଏହିଭଳି ବିଭିନ୍ନ ଜିଲ୍ଲାର ଏକାଧିକ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା । ଏପରିକି ପିଲାଙ୍କ ବିନତି ଓ ଅଭିଭାବକ ମାନଙ୍କ ଗୁହାରିକୁ ବି ଶୁଣିନଥିଲେ ସେତେବେଳର ବିଜେଡି ସରକାର । ଆଉ ଏବେ ପୁଣି ସେହି ସବୁ ସ୍କଲକୁ ଖୋଲିବା ଲାଗି ବିଜେପି ସରକାରର ନିଷ୍ପତ୍ତିକୁ ପ୍ରତ୍ୟୋକ ମହଲରେ ସ୍ୱାଗତ କରାଯ।ଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ମରିନ ଡ୍ରାଇଭ ହେଲା
36m ago
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ