ଲବିର ଚକ୍ରାନ୍ତରେ ନବୀନଙ୍କ ସ୍ଵାସ୍ଥ୍ୟ ଜାଣିଶୁଣି ଖରାପ କରାଯାଇଥିବା ମୋଦିଙ୍କ ସନ୍ଦେହ
by Argus News
Wed, May 29 | 3:55 p.m.

ଅର୍ଗସ ବ୍ୟୁରୋ: ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ମୋଦି । ଲବିର ଚକ୍ରାନ୍ତରେ ସ୍ଵାସ୍ଥ୍ୟ ଜାଣିଶୁଣି ଖରାପ କରାଯାଇଥିବା ମୋଦିଙ୍କ ସନ୍ଦେହ । ହଠାତ୍ ନବୀନଙ୍କର ସ୍ଵାସ୍ଥ୍ୟ କିପରି ବିଗିଡ଼ିଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି । ନବୀନଙ୍କ ସ୍ଵାସ୍ଥ୍ୟ ଖରାପ ପଛରେ ସେହି ଲୋକଙ୍କ ହାତ ନାହିଁ ତ ? ଯେଉଁମାନେ ଶାସନ ହଡ଼ପ କରିଛନ୍ତି, ସେହିମାନଙ୍କ ହାତ ନାହିଁ ତ ? 

ତେବେ ନବୀନଙ୍କ ହଠାତ୍ ସ୍ଵାସ୍ଥ୍ୟ ଖରାପର ଯାଞ୍ଚ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ହଠାତ୍ ନବୀନ ବାବୁଙ୍କ ସ୍ଵାସ୍ଥ୍ୟ କାହିଁକି ଖରାପ ହେଲା ? ଏଥିପାଇଁ ବିଜେପି ସରକାର ସ୍ଵତନ୍ତ୍ର କମିଟି ଗଠନ କରିବ । ଏବଂ କମିଟି ଯାଞ୍ଚ କରିବ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଖରାପ ହେବାର କାରଣ କ'ଣ । ସଭାମଞ୍ଚରେ ପାଣ୍ଡିଆନ୍ ହାତ ଘୋଷାଡ଼ିବା, ଗୋଇଠା ମାରିବାର ଚିତ୍ର ସାମ୍ନାକୁ ଆସିଛି । ନବୀନ ଅସହାୟତାର ସୁଯୋଗ ନେଇ ପାଣ୍ଡିଆନ କରୁଛନ୍ତି କି ଦୁରୁପଯୋଗ ? ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମଧ୍ୟ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । 

ଆହୁରି ପଢନ୍ତୁ ଓଡିଶା ଖବର...

ଉଚ୍ଚ ଜୁଆର
19m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
22m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ