ନବୀନଙ୍କ କଥନୀ ଓ କରନୀରେ ବଡ଼ ଅନ୍ତର
by Argus News
Sat, Feb 24 | 8:03 p.m.

ଅର୍ଗସ ବ୍ୟୁରୋ : ନବୀନ କହୁଛନ୍ତି ଯାହା କୁହନ୍ତି ତାହା କରନ୍ତି । ଦଳର ନେତା ବି ଏହାକୁ ଘୋଷାପାଠ କରିଛନ୍ତି । ହେଲେ ନବୀନ ଯାହା କହନ୍ତି ତା କରନ୍ତି ନି ତାର ମାଳ ମାଳ ପ୍ରମାଣ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ୭୫ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ବର୍ତ୍ତମାନ କନ୍ତୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର ୪୪ ଲକ୍ଷ ଚାଷୀ । ତେବେ ଏଠାରେ ପ୍ରଶ୍ନ କୁଆଡେ ଗଲେ ବାକି ୩୧ ଲକ୍ଷ ଚାଷୀ । କାହିଁକି ଘୋଷଣା ମୂତାବକ ମୁଖ୍ୟମନ୍ତ୍ରୀ ୭୫ ଲକ୍ଷ ଲୋକଙ୍କୁ ଦେଉ ନାହାନ୍ତି କାଳିଆ ଟଙ୍କା ।

କେବେଳ  କାଳିଆ ଯୋଜନା ରାଶି ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଦେବାକୁ ଘୋଷଣା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ଏପରିକି ମୁଁ ବଞ୍ଚିଥିବା ଯ।ଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ବି କହିଥିଲେ । କିନ୍ତୁ ନିର୍ବାଚନ ସରିଲା ନବୀନଙ୍କ ସରକାର ବନିଲା ଆଉ ସରକାର ଗଠନ ହେବାର ମାସେ ମଧ୍ୟରେ କାଳିଆ ଟଙ୍କା ୧୦ ହଜାରରୁ ୪ ହଜାରକୁ ଖସିଗଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା କେତେ ପୁରଣ କରିଛନ୍ତି ଆସନ୍ତୁ ନଜର ପକାଇବା 

ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରତାରଣା ୧
୨୦୧୪ ମସିହାରେ କଥା ଦେଇଥିଲେ, ନବରଙ୍ଗପୁର ଜିଲ୍ଲାକୁ ଇନ୍ଦ୍ରାବତୀର ପାଣି ଦେବେ । ୧୦ ବର୍ଷ ହେଲା ମିଳି ନାହିଁ  ।
ପ୍ରତାରଣା ୨
କଥା ଦେଇଥିଲେ ଜୟପୁର - ମାଲକାନାଗିରି ଓ ଜୟପୁର- ନବରଙ୍ଗପୁର ନୂଆ ରେଳ ଲାଇନ ପାଇଁ ଆଂଶିକ ଖର୍ଚ୍ଚ ବହନ କରିବେ ଓ ୨୦୨୨ ସୁଦ୍ଧା ଏହି ଦୁଇ ସହରକୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଇଞ୍ଚ ଜାଗା ଦେଇନାହାନ୍ତି । 
ପ୍ରତାରଣା ୩
କଥା ଦେଇଥିଲେ, ୨୦୧୯ ସୁଦ୍ଧା ସମସ୍ତ ଗରିବଙ୍କୁ ରାଜ୍ୟ ପାଣ୍ଠିରୁ ପକ୍କା ଘର ଓ ବିଜୁଳି ଦେବେ । ଏଥିପାଇଁ ମୋଦି ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଉଥିଲେ ମଧ୍ୟ କାମ ସରୁନାହିଁ ।
ପ୍ରତାରଣା ୪
କଥା ଦେଇଥିଲେ ସମସ୍ତ ବ୍ଲକର ୩୫% ଚାଷ ଜମିକୁ ଜଳସେଚନ ସୁବିଧା ଦେବେ । କିନ୍ତୁ ସବୁ ବ୍ଲକକୁ ହୋଇପାରିଲାନି ।
ପ୍ରତାରଣା ୫
କଥା ଦେଇଥିଲେ ପଦ୍ମପୁରକୁ ଜିଲ୍ଲା କରିବେ । ବର୍ତ୍ତମାନ ସୁଦ୍ଦା ହେଲାନି ।
ପ୍ରତାରଣା ୬
ଉପନିର୍ବାଚନ ବେଳେ କଥା ଦେଇଥିଲେ ବିଜେପୁର, ବାଲେଶ୍ଵର, ତିର୍ତ୍ତୋଲ, ପଦ୍ମପୁର, ବ୍ରଜରାଜନଗର, ଝାରସୁଗୁଡ଼ା ବିଧାନସଭାର ଦାୟିତ୍ଵ ନେବେ । କିନ୍ତୁ କେତେ ବୁଝିଲେ ?
ପ୍ରତାରଣା ୭
ସମ୍ବଲପୁର ନିଲଡୁଙ୍ଗୁରୀରେ କୃଷି ଟର୍ମିନାଲ କରିବା ପାଇଁ ୨୦୨୪ରେ ଶିଳାନ୍ୟାସ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜି ଯାଏଁ ଇଟା ଟିଏ ବି ପଡିଲାଣି । ଏ ସବୁ କାର୍ଯ୍ୟ କାହିଁକି ହେଲାନି  ବୋଲି ପ୍ରଶ୍ନ ଉଠାଛନ୍ତି ବିରୋଧୀ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ