୩୦ଥର ଏଭରେଷ୍ଟ ପର୍ବତ ଚଢି ରେକର୍ଡ
by Argus News
Thu, May 23 | 11:55 a.m.

ଅର୍ଗସ ବ୍ୟୁରୋ: ନେପାଳ ପର୍ବତାରୋହୀଙ୍କ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ସେ ୩୦ ଥର ପାଇଁ ଏଭରେଷ୍ଟ ପର୍ବତ ଉପରକୁ ଚଢି ନିଜର ରେକର୍ଡ ଭାଙ୍ଗିଛନ୍ତି । କାମି ରୀତା ଶେର୍ପା ଏଭରେଷ୍ଟ ପର୍ବତ ଉପରକୁ ୩୦ଥର ଚଢି ରେକର୍ଡ କରିଛନ୍ତି । ଶେର୍ପାଙ୍କ ବୟସ ୫୪ ସେ ୧୯୯୪ ରୁ ରୀତା ପର୍ବତ ଉପରକୁ ଚଢି ଆସୁଛନ୍ତି ।

ନେପାଳର ଭେଟେରାନ ପର୍ବତାରୋହୀ କାମୀ ରୀତା ଶେର୍ପା ବୁଧବାର ୩୦ ତମ ଥର ପାଇଁ ଏଭରେଷ୍ଟ ପର୍ବତ ଉପରକୁ ଚଢି ଇତିହାସ ସୃଷ୍ଟି କରିଛନ୍ତି। ୧୦ ଦିନ ପୂର୍ବେ ଶେର୍ପା ଦୁନିଆର ସର୍ବୋଚ୍ଚ ଶିଖରକୁ ଚଢିବାର ନିଜର ଆସିଥିଲେ ଆଉ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ୧୪ ଶିଖର ଅଭିଯାନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଶି ଶେର୍ପାଙ୍କ ୫୪  ବର୍ଷିୟ ପର୍ବତାରୋହୀ ରୀତା ଶେର୍ପା ସେଠାକାର ସମୟ ଅନୁସାରେ ସକାଳ ୭.୪୯ ରେ ୮.୮୪୯ ମିଟର ଉଚ୍ଚ ଶିଖରରେ ପହଞ୍ଚିଥିଲେ। କାମି ମାତ୍ର ୧୦ ଦିନ ପୂର୍ବରୁ ୨୯ ତମ ଥର ପାଇଁ ଏଭରେଷ୍ଟ ଉପରକୁ ଯାଇଥିଲେ।  

୧୯୯୪ ରେ ପ୍ରଥମ ଥର ପାଇଁ ଏଭରେଷ୍ଟ ଉପରକୁ ଚଢିଥିଲେ :-
୧୯୯୪ରେ ପ୍ରଥମ ଥର ପାଇଁ କାମି ରୀତା ଶେର୍ପା ଏଭରେଷ୍ଟ ଆରୋହଣ କରିଥିଲେ । ଗତ ବର୍ଷ ସେ ସମାନ ଏହି ସମୟରେ  ୨୭ ଓ ୨୮ ଥର ଏଭରେଷ୍ଟକୁ ପାର କରିଥିଲେ ଏବଂ ଏହିପରି ଭାବରେ ସେ ଏଭରେଷ୍ଟକୁ ଚଢ଼ିବାର ବ୍ୟକ୍ତି ହୋଇଥିଲେ ।

ଅନେକ ପର୍ବତ ଉପରକୁ ଯାଇଛନ୍ତି:- 
କାମି ସାତ ସମ୍ମିଟ୍ ଟ୍ରେକ୍'ର ବରିଷ୍ଠ ପର୍ବତ ଗାଇଡ୍, ୧୭ ଜାନୁଆରୀ ୧୯୭୦ ରେ ଜନ୍ମଗ୍ରହଣ କରିଥିଲେ । କାମୀ ଜଣେ ସପୋର୍ଟ ଷ୍ଟାଫ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କାମି ମାଉଣ୍ଟ କେ2,ଚୋ ଆଯୁ ,ଲହୋସଏବଂ ମନାସୁଲ ସହିତ ଅନେକ ପର୍ବତ ଉପରକୁ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର 

RAILWAY
6m ago
ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍
NTA
10m ago
ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ
ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କ
MOHAN
30m ago
ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଅର୍ଗସ ବ୍ୟୁରୋ: ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବ